logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ଵାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଦାମନଯୋଡ଼ି,୦୫/୦୬:କୋରାପୁଟ ବ୍ଲକ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଅପରାହ୍ନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏହି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଥାଇ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟତ୍ର ବଦଳି ହୋଇଥିବା ଫାର୍ମାସୀ ଅଧିକାରୀ ଆଶିଷ କୁମାର ସାହୁ,ସିଏଚଓ ରେସୁ ଖରାଙ୍କ ସହିତ ସ୍ୱାସ୍ଥ୍ୟକର୍ମୀ କେ.ସୁଗୁଣା,ସୁଶୋଭିତା କୋଚିମ୍, ଭବାନୀ ଦେବୀ,ସଂଯୁବାଳା ପ୍ରଧାନୀ,ମନୋରମା ପାଢ଼ୀ,ତନୁଜା ବେହେରା,ପଦ୍ମଜା ନାୟକ,ୟୁସିଏଚ୍ ଗରଡ଼ା ଓ ସରୋଜ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ମଇ ମାସ ଶେଷରେ ଅବସର ଗ୍ରହଣ କରିଥିବା ଡ୍ରାଇଭର ପୂର୍ବ କିର୍ସାନୀଙ୍କୁ ମଧ୍ଯ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟ ଡାକ୍ତର, ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଦାୟୀ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା,ରୋଗୀ ଓ ଲୋକ ସମ୍ପର୍କ,ବନ୍ଧୁ ବତ୍ସଳତା ଆଦି ଗୁଣର ବର୍ଣ୍ଣନା କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦାୟୀ କର୍ମଚାରୀ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ ସମୟର ନିଜ ନିଜ ଅନୁଭୂତି ବାଣ୍ଟିଥିଲେ।

43
2312 views

Comment