ଚନ୍ଦନେଶ୍ୱର ମନ୍ଦିର ବେଢାରେ ବିଶ୍ୱପରିବେଶ ଦିବସ ପାଳନ।
ଚନ୍ଦନେଶ୍ୱର ମନ୍ଦିର ବେଢାରେ ବିଶ୍ୱପରିବେଶ ଦିବସ ପାଳନ।
କେନ୍ଦୁଝର: 05/06/2025 (ଶୁକ୍ରବାର) ଦିନ
କେନ୍ଦୁଝର ବନାଞ୍ଚଳ ଅଧୀନ, ସଦର ବ୍ଲକ ର ମଇଦାନକେଲ ପଂଚାୟତନିକଟସ୍ଥ ଚନ୍ଦନେଶ୍ୱର ମନ୍ଦିର ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି l ସ୍ବସ୍ତି ଫାଉଣ୍ଡେସନ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଓ କେନ୍ଦୁଝର ଗାୟତ୍ରୀ ପରିବାର ଦ୍ୱାର ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନର କାର୍ଯ୍ୟକ୍ରମରେ ଆରମ୍ଭ ରେ, ବନ ଦେବତାଙ୍କ ସୁରକ୍ଷା ଏବଂ ପର୍ଯ୍ୟାବରଣ ସୁରକ୍ଷା ପାଇଁ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇ ଥିଲା l ପରିବେଷବିତ୍ତ ଶ୍ରୀ ରମେଶ ମିଶ୍ରଙ୍କ ନେତୃତ୍ୱ ରେ 5 ଜଣ ବ୍ରlହ୍ମଣ ଗାୟତ୍ରୀ ମନ୍ତ୍ର ପାଠ ସହିତ, ପ୍ରକୃତି ମାଆ ର ସୁରକ୍ଷା, ଜୈବବିବିଧତାର ସୁରକ୍ଷା, ବର୍ଷା ଜଳର ପରିଚାଳନା ଓ ଭବିଷ୍ୟତ ପିଢ଼ି ପାଇଁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବାର୍ତା ପ୍ରଦାନ କରିଥିଲେ l କେରି, ଦେଉବନ୍ଧ, ବାସୁଦେବପୁର, ମଇଦାନକେଲ,ଜଗନ୍ନାଥପୁର, ବଳିଆବେଡା, ବାରଖଣ୍ଡା, ତଳପଦା ଆଦି ଗ୍ରାମରୁ ପର୍ଯ୍ୟାୟ କ୍ରମେ 500ରୁ ଉର୍ଦ୍ଧ ଆଦିବାସୀ ଓ ବନବାସୀ ଗୋଷ୍ଠୀର ଯଜ୍ଞରେ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଘିଅ ଢାଳି ଆହୁତି ଦେଇଛନ୍ତି l କେନ୍ଦୁଝର ବନାଞ୍ଚଳ ଅଧିକରୀ ଶ୍ରୀ ଅଜିତ କୁମାର ଦାସ ମୁଖ୍ୟ ଅତିଥି, ଗାୟତ୍ରୀ ପରିବାର ତଥା ପରିବେଶବିତ ଶ୍ରୀ ରମେଶ ମିଶ୍ର ମୁଖ୍ୟବକ୍ତା, ସନମାନନୀୟ ଅତିଥି ଭାବେ ପରିବେଷବିତ ଡ଼କ୍ଟର ବିମ୍ବାଧର ବେହେରା,ଜୁଡ଼ିଆ କୃଷି ଗବେଷଣା କେନ୍ଦ୍ରର ଯୁବ ବୈଜ୍ଞାନିକ ଡ଼କ୍ଟର ପ୍ରଶାନ୍ତ କୁମାର ମାଝୀ ଓ ପାଣିପାଗ ବିଶେଷଜ୍ଞ ଶୁଭକାନ୍ତ ସାମନ୍ତରାୟ, ବରିଷ୍ଠ ସମାଜସେବୀ ଶ୍ରୀ କର୍ଣ୍ଣାଟ ଜେନା, ଅଧିବକ୍ତା ଦୁଷ୍ମନ୍ତ ଜେନା ଓ ସଂଜୀବ ପାଇକରାୟ, ଡାକ୍ତର ସଂଜୀବ କୁମାର ଓତା, ପାଇବେଶବିତ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି, ସମାଜସେବୀ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରକୃତିର ସୁରକ୍ଷା, ପ୍ରକୃତିର ମିଳୁଥିବା ଜଳବାୟୁର ସଂରକ୍ଷଣ ଏବଂ ଆଗାମୀ ପଡିପାଇଁ ଜୈବବିବିଧତା ର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ l ଛାତ୍ରଛାତ୍ରୀ, GHG ର ମହିଳାମାନେ, ଚାଷୀ ଭାଇ,ପଂଚାୟତ ପ୍ରତିନିଧି, ପ୍ରାଣୀମିତ୍ର, କୃଷି ମିତ୍ର, ଅଙ୍ଗନବାଡି କର୍ମୀ, ଆଶା ମାଆ. ଗଜ ସାଥି, ଫୋରେଷ୍ଟ ଗାର୍ଡ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତା ଆଲୋଚନା ରେ ଭାଗନେଇ ଥିଲେ l ଯୁବ ସମାଜ ସେବୀ ଶ୍ରୀ ମନୋଜ ମହାନ୍ତ ଓ ଶ୍ରୀ ଭାଗିରଥି ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିଲେ l ସର୍ବସମ୍ମତି କ୍ରମେ ମନ୍ଦିର ନଣ୍ଡା ପାହାଡ଼ରେ ଜୁଲାଇ ମାସରେ ବୃକ୍ଷ ରୋପଣ ପାଇଁ ସ୍ଥିର କରାଗଲା l ଶେଷରେ ବନାଞ୍ଚଳ ଅଧିକାରୀ ଶ୍ରୀ ଅଜିତ କୁମାର ଦାସ ଓ ସମସ୍ତ ଅତିଥି ମାନେମିଶି 50ଟି ବୃକ୍ଷ ରୋପଣ କରିଥିଲେ l ରଞ୍ଜୁଲତା ମହାନ୍ତ, କାଞ୍ଚନବାଳା ମହାନ୍ତ, ରଞ୍ଜିତା ମହାନ୍ତ, ବର୍ଷାରାଣୀ ମହାନ୍ତ, ବନମାଳୀ ମହାନ୍ତ, ପିତାମ୍ବର ମହାନ୍ତ, ସେବତୀ ମହାନ୍ତି ଓ ମନ୍ଦିର ପୂଜକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।