ନାଲକୋରେ ବିଶ୍ବ ପର୍ଯ୍ୟାବରଣ ଦିବସ ପାଳିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୫/୬/୨୬
ବିଶ୍ବ ପର୍ଯ୍ୟାବରଣ ଦିବସ ପାଳିଲା ନାଲକୋ
ଦାମନଯୋଡି:- ବିଶ୍ବ ପର୍ଯାବରଣ ଦିବସ ପାଳନ ଅବସରରେ ନାଲକୋ ଦାମନଯୋଡି ଓ ଆଞ୍ଚଳିକ ଅଫିସ ରାଜ୍ଯ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ, କୋରାପୁଟ ମିଳିତ ସହଯୋଗରେ ମହା ଆଡମ୍ବର ସହକାରେ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଥିଲା ।ପାଳନ ଅବସରରେ ସେକ୍ଟର ତିନିସ୍ଥିତ ଫାଙ୍କା ପଡିଆରେ ପରିବେଶ ପାଇଁ ବହୁତ ମୂଲ୍ଯବାନ ବୃକ୍ଷ 'ଆଭୋକାଡୁ ' ରୋପଣ କରାଯାଇଥିଲା ।ପରପରେ ପ୍ଲାଣ୍ଟ ଅଡିଟୋରିୟମରେ ଏକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ସିଜିଏମ୍ ସଂଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ମୁଖ୍ଯ ଅତିଥି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଜିଲ୍ଲା ପ୍ରଦ୍ଯୁଷଣ ନିୟନ୍ତ୍ରକ ଦୀପେଶ କୁମାର ବିଶ୍ବାଳ, ସିଜିଏମ୍ ଦିଲ୍ଲୀପ କୁମାର ବାଗ୍ ମଞ୍ଚାସୀନ ଥିଲେ ।ସମସ୍ତ ସିଜିଏମ୍ ,ଶ୍ରମିକ ସଂଗଠନର କର୍ମକର୍ତ୍ତା ,ନାଲକୋର କର୍ମଚାରୀ,ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟିତ୍ରୀ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ପ୍ରବନ୍ଧ ଲିଖନ, ସ୍ଲୋଗାନ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ମୁଖ୍ଯ ଅତିଥି ଅମରେନ୍ଦ୍ରକୁମାର ମିଶ୍ର ନାଲକୋର ପର୍ଯ୍ୟାବରଣ ସଙ୍କ୍ରାନ୍ତରେ ଯୋଜନାର ଆଲୋକପାତ କରିଥିଲେ।ଆଞ୍ଚଳିକ ଅଧିକାରୀ ଦୀପେଶ କୁମାର ବିଶ୍ବାଳ ପ୍ରୋଜେକ୍ଟର ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ, ପର୍ଯ୍ୟାବରଣ ସଂଙ୍କ୍ରାନ୍ତରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।ସୁଶିଲ କୁମାର ଗୋଛାୟତ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।କୃଷକ ମାନଙ୍କୁ ଆମ୍ବ,ପିଜୁଳି,ଲେମ୍ବୁ ,ସପେଟା ଚାରା ପ୍ରଦାନ କରାଯାଇଥିଲା ।ନାଲକୋ ସହରାଞ୍ଚଳର ଏ,ବି,ସି,ଡି କ୍ବାଟର ପରିସରରେ ସୁନ୍ଦର ବଗିଚା ସବୁଜିମା ସୃଷ୍ଟି କରିଥିବା ଦମ୍ପତ୍ତିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ନାଲକୋ ନର୍ସରୀର ଅଧିକାରୀ ମନୋରଞ୍ଜନ ରଥ,ସଞ୍ଜୀବ କୁମାର କର ଓ ସହଯୋଗୀମାନେ କାର୍ଯ୍ୟକ୍ରମରେ ସାହାଯ୍ଯ ଓ ସହଯୋଗ କରିଥିଲେ ।