logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାତି ଅଧରେ ପହଞ୍ଚି ଶୁଦ୍ଧିକ୍ରିୟା ନିମନ୍ତେ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରଷା ପରିବାର।

ରାତି ଅଧରେ ପହଞ୍ଚି ଶୁଦ୍ଧିକ୍ରିୟା ନିମନ୍ତେ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରଷା ପରିବାର।

ପାଟଣା:୦୫/୦୬ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ଅନ୍ତର୍ଗତ ଜାମେଳେଇବେଡା ଗ୍ରାମର ଭିମସେନ ମୁଣ୍ଡା ଙ୍କ ହଠାତ୍ ଦେହ ଖରାପ୍ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗେ ପ୍ରଥମେ ପାଟଣା ମେଡିକାଲ କୁ ନେଇଥିଲେ। ଭିମଶେନ ମୁଣ୍ଡା ଙ୍କ ସେଠାରେ ଅଧିକ ଦେହ ଖରାପ ହେବାରୁ ପୁଣିଥରେ ପରିବାର ଲୋକେ କରଞ୍ଜିଆ ମେଡିକାଲ କୁ ନେଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ସମୟରେ ଭୀମଶେନ ମୁଣ୍ଡା ଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକମାନେ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରଷା ପରିବାରକୁ ଅନୁରୋଧ କରିଥିଲେ। ଏପରି ଦୁଃଖଦାୟକ ଖବର ପାଇ ଭରଷା ପରିବାରର ସ୍ବେଚ୍ଛାସେବୀ ମାନେ ଯଥା ବାସନ୍ତୀ ମହାନ୍ତ, କୈବଲ୍ୟ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଦେଖିଲାପରେ ଶୁଦ୍ଧିକ୍ରିୟା ସହାୟତା କରିବା ପାଇଁ ଭରଷା ପରିବାର ରାଜ୍ୟ କାର୍ଯ୍ୟକାରି ସଭାପତି ଭାରତ ଚନ୍ଦ୍ର ମହନ୍ତ ଙ୍କୁ ଜଣାଇବା ପରେ ରାଜ୍ୟ ସଭାପତି ପ୍ରତାପ କୁମାର ରାଇ ଓ ସାଧାରଣ ସମ୍ପାଦକ ବେଣୁଧର ମହାନ୍ତ ଙ୍କ ସୁପରାମର୍ଶ ଓ ଅନୁମତି ଅନୁକ୍ରମେ ଶୁଦ୍ଧିକ୍ରିୟା ପାଇଁ ସମସ୍ତେ ଏକମତ ହୋଇଥିଲେ। ଏଥିରେ ପାଟଣା ବ୍ଲକ ସଭାପତି ସୁମନ୍ତ କୁମାର ବାରିକ, ସଭାନେତ୍ରୀ ସ୍ନେହଲତା ନାୟକ, ସମ୍ପାଦକ ବାପୁନ କୁମାର ମହାନ୍ତ, ଦେହସ୍ୟ ବିମ୍ବାଧର ମହାନ୍ତ, ଅନିଲ କୁମାର ବେହେରା, କୈବଲ୍ୟ ମହାନ୍ତ, ମହେଶ୍ୱର ମହାନ୍ତ ଓ ସମସ୍ତ ସଦସ୍ୟ/ସଦସ୍ୟା, ସ୍ପେସିଆଲ ରିପୋର୍ଟର ଦଶରଥ ବାରିକ୍, ତଣ୍ଡବିଟର ବନରକ୍ଷୀ ଦୀପକ କୁମାର ସ୍ୱାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଅନାଥ ଛୁଆଙ୍କୁ ଶୁଖିଲା ଖାଦ୍ୟ ସହିତ ଚାଉଳ, ଆଳୁ, ଡ଼ାଲି, ପିଆଜ, ରସୁଣ, ମୁଢ଼ି, ତେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଦୁଇଟି ଛୋଟ ଝିଅ ପାଇଁ ବସ୍ତ୍ର ପ୍ରଦାନ କରାଯାଇଛି। ବିଶେଷ କରି ହୁଡ଼ି ରାସ୍ତା ଦେଇ ଯିବା ବେଳେ ଜଙ୍ଗଲ ମଝିରେ କାର ଗାଡ଼ିର ଚକ ଖରାପ ହେବାରୁ ଭରଷା ପରିବା ସମସ୍ତ ସଦସ୍ୟମାନେ ନିର୍ଭୟ ରେ ଚାଲି ଚାଲି ୫ କିଲୋମିଟର ଯାଇ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ କରିବା ସହିତ ଦୁଇଟି ଅନାଥ ଝିଅ କେମିତି ପାଠ ପଢିବେ ସେ ବାବଦରେ ମଧ୍ୟ ଆଲୋଚନା କରିଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରଷା ପରିବାରର ଏପରି ମହତ୍ବପୂର୍ଣ୍ଣ ସେବା କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ବହୁତ୍ ପ୍ରଶଂସା କରିଛନ୍ତି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
1048 views

Comment