ନୂଆପଡା ଓ ରାଜନଗର ରେ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଲେ ପାଟଣା ବିଧାୟକ।
ନୂଆପଡା ଓ ରାଜନଗର ରେ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଲେ ପାଟଣା ବିଧାୟକ।
ପାଟଣା-୦୪/୦୬, ପାଟଣା ବ୍ଲକ ଅଞ୍ଚଳର ନୂଆପଡା ଓ ରାଜନଗର ବୈତରଣୀ ରେ ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିବା ବେଳେ ଏହା କେବେ ହେବ ତାହା ସ୍ଥିର ହୋଇ ନାହିଁ।ଏହି ପରିପ୍ରେକ୍ଷୀରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଆଜି ପୁନଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାତନ୍ତ୍ର ଚିଠି ଲେଖି ଟାଙ୍ଗରପଡା ପଞ୍ଚାୟତ ନୂଆପଡା ଓ ରାଜନଗର ରେ ବ୍ୟାରେଜ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ସ୍ୱଳ୍ପ ବର୍ଷା କାରଣରୁ ଅଞ୍ଚଳରେ ଚାଷ କାମ ଆଗେଇ ପାରୁ ନଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହେଉଥିବାରୁ ବ୍ୟାରେଜ ନିର୍ମାଣ ହେଲେ ଏହି ସମସ୍ୟା ଦୂର ହୋଇ ପାରିବ ବୋଲି କହିଛନ୍ତି ।ଏହି 2 ସ୍ଥାନରେ ପ୍ରକଳ୍ପ ସ୍ଥାପନ କରାଗଲେ ବେବଳ କୃଷି କ୍ଷେତ୍ର ନୁହେଁ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ମଧ୍ୟ ବେଶ ସହାୟକ ହେବା ସହ ଭୂତଳ ଜଳ ସ୍ତର ବୃଦ୍ଧି ସଂରକ୍ଷଣ ଓ ସାମଗ୍ରିକ ବିକାଶ କ୍ଷେତ୍ର ପାଇଁ ବେଶ ସହାୟକ ହେବ।ବ୍ୟାରେଜ ହେଲେ ବହୁବିଧ ବିକାଶ ହେବା ପାଇଁ ସୁଯୋଗ ଥିବାରୁ ଏଥିପ୍ରତି ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାପାଇଁ ବିଧାୟକ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।