logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

FELICATATION TO GUNUPUR MLA FOR TWO YEARS COMPLETED TWO YEARS AS MLA

ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ନିର୍ବାଚନ ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା ପଦ୍ମପୁର ବ୍ଲକ ସଭାପତି ଶ୍ରୀ ମାଝୀ ଶବରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟ ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କ ଚେଷ୍ଟାରେ ପାଣି ଡ଼ଙ୍ଗର ପ୍ରକଳ୍ପ,ପଦ୍ମପୁର ଠାରୁ କୋଟଗଡ PWD ରୋଡ଼,କେନ୍ଦୁଗୁଡା ଡେମରେ ଇକୋ ଟୁରିରିଯିମ, ପଦ୍ମପୁର ବସ ଷ୍ଟାଣ୍ଡ ନିର୍ମାଣ , ବହୁତ ଆବଶ୍ୟକ ଥିବା ଗ୍ରାମକୁ PMGSY ରୋଡ଼, LSDA ତରଫରୁ ଏକ ତେନ୍ତୁଳି କଳ,ମିନାଝୁଲା ଠାରେ ଏକ ଝୁଲା ବ୍ରିଜ ନିର୍ମାଣ ଭଳି ବହୁ କାର୍ଯ୍ୟ ସାଫଲ୍ୟ ହେବାକୁ ଯାଉଛି l ଆଗାମୀ ଦିନରେ ଯାହା ମଧ୍ୟ ସାମୁହିକ ସମସ୍ୟା ଅଛି ତାହା ଖୁବ ଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଛନ୍ତି l ଆଗାମୀ ପଞ୍ଚାୟତ ନିର୍ବାଚନ 2027ରେ କିପରି ସମସ୍ତ ଜିଲ୍ଲା ପରିଷଦ, ସମିତି ସଭ୍ୟ ଏବଂ ସରପଞ୍ଚ ଜିତିବା ତାହା ବକ୍ତବ୍ୟ ଦେଇଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କ ସହ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ରମାକାନ୍ତ ମାଝୀ,ଜିଲ୍ଲା ଉପସଭାପତି ଶ୍ରୀ ରାମକୃଷ୍ଣ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ଶ୍ରୀ ଜଳ ସୂର୍ଯ୍ୟ, ଜିଲ୍ଲା ସମ୍ପାଦକ ଶ୍ରୀ ବିରେନ ସାହୁ,ରାମନାଗୁଡ଼ା ବ୍ଲକ ସଭାପତି ଶ୍ରୀ ବାଞ୍ଛାନିଧି ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଡ଼ି ହେମାରାଓ, ଜିଲ୍ଲା ସମ୍ପାଦକ ଶ୍ରୀ ରଞ୍ଜିତ ନାୟକ ବେହେରା, ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଏମ ସୁରେଶ କୁମାର ,ବରିଷ୍ଠ କଂଗ୍ରେସ ନେତା ଶ୍ରୀ କୁରା ମଣି ଚୌଧୁରୀ,ଶ୍ରୀ ରାଧା ସାହୁ,ଶ୍ରୀ ଯୁଗଳ ମାଝୀ, ଚିରଞ୍ଜିବି ଗାଣ୍ଟା,ଯୁବ ନେତା ସତ୍ୟ ଚୌଧୁରୀ,ଗୌରୀ ପାଣିଗ୍ରାହୀ, ରଘୁ ସାହୁ, ସତ୍ୟ କାର୍ଜି, ଗଦାଧର ପାଣିଗ୍ରାହୀ, ବଳରାମ ଦାସ, ବିଷ୍ଣୁ ପ୍ରସାଦ ଦାସ,ରଜନୀକାନ୍ତ ଗରଡ଼ିଆ, ଜିତୁ ନିମାଲ, ନିରଞ୍ଜନ ବିଡ଼ିକା,ଜଗା ପ୍ରଧାନ ଙ୍କ ସହ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ସଭାପତି, ସମସ୍ତ ପଞ୍ଚାୟତ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l

0
5903 views

Comment