logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଟନୀ ବନାମ ଛଟନୀ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ସ୍ବରଚିତ କବିତା।

*କଟନୀ ବନାମ ଛଟନୀ*

ଆଉକେତେ ତଣ୍ଟି ଚିପିବ ହେ ତୁମେ
ନିରୀହ ଚାଷୀକୁ ଏବେ,
ଗ୍ରୀଷ୍ମ ବରଷା ଶରତ ହେମନ୍ତ
ଶୀତର ବସେନି କେବେ I
ଅସହ୍ୟ ଗ୍ରୀଷ୍ମରେ ହଳ କରିଥାଏ
ଘାସ ର ବିନାଶ ପାଇଁ ,
ହଜାର ହଜାର ଟଙ୍କା ଗଣିଥାଏ
ଚାଷ କରିବାର ପାଇଁ I
କେତେଯେ ଆନନ୍ଦ ଉଲ୍ଲାସ ମନରେ
କରିଥାଏ ଧାନ ଚାଷ ,
ବରଷାର ମାଡ଼ ଖାଇ ଖାଇ ପୁଣି
ଡରେନି ବାଆ ବତାସ I
ଜୀବନର ଲକ୍ଷ୍ୟ ଚାଷ କରି ସିଏ
ମେଣ୍ଟାଇବ ଗୁଜୁରାଣ ,
ଜୀବନ ଜୀବିକା ଆନ କିଛିନାହିଁ
ଧାନ ହିଁ ତା ଜୀବନ I
ଅଗଷ୍ଟ ମାସ ଟା ଲ୍ୟାମ୍ପ ଧାଇଁ ଧାଇଁ
ହୋଇଯାଏ ସେ ନୟାନ୍ତ,
ଧାନ ଦେଇକିଛି ଅର୍ଥ ରଖିବ
ହୋଇଯାଏ ଉତଫୁଲିତ I
ମଜୁରୀ ହୁଅଇ ଆକାଶ ଛୁଆଁ
ତଥାପି ସାହସ କରି ,
ଚାଷ କରେ ଚାଷୀ ଚାରିମାସ ଖଟି
ମଣ୍ଡିରେ ପାଇବ ଲାଭ ବୋଲି I
ଟୁକୁନ ଆସିଗଲା ତାରିଖ ଆସିଲା
ଆସିଗଲା ପରିମାଣ ,
ଶୁଖାଇ ଉଡାଇ ଯତନେ ରଖଇ
ଅଖା ମୂଲ୍ୟ ତିରିଶ ଦିଏ ପୁଣ I
ଯେତେସଫାକଲେଗୋଟିଏ ଦୁଇଟା
ଅଗାଡି ତ ଭାଇ ରହିବ,
ସେଇଥି ପାଇଁ ତ ଚାଷୀ ଭାଇଠାରୁ
ଅଖା ପିଛା ଦଶ କେଜି କାଟିବ I
ଦୁଇ ତିନିଦିନ ମଣ୍ଡିରେ କାଟଇ
ଖିଆପିଆ ଭୁଲିଯାଏ ,
ପାଳି ଆସିଗଲେ ଭିତରେ ପଶଇ
ମନ ମାରି ରହିଥାଏ I
ଦଶ କେଜିପରେ ବଳକା କାଟନ୍ତି
ଚାଷୀର ଗୁହାରି ଶୁଣେନା ,
ଦୁଇଶ ପାଞ୍ଚଶ ପକେଟରେ ଦେଲେ
ବଳକା କଟିଙ୍ଗ କରେନା I
ଗରୀବ ଦେଖିଲେ ଆହୁରି ଅଧିକ
କାଟି ଦେଇ ପାନ୍ତି ଖୁସି ,
ଏତେ ପରିମାଣେ ଅଧର୍ମ କରୁଛ
ଲୁହ ଗଡା଼ଉଛି ଚାଷୀ I
ସେଇ ଲୁହ ପାଇଁ ଜଳିଯିବ ଦିନେ
ତୁମର ଏ କଟନୀ ଛଟନୀ ,
ଦର ବଢ଼ାଇଲେ କି ଲାଭ ହୋଇବ
ଚାଷୀ ର ଲୁହ ତ ଶୁଖୁନି I
ସମାଜରେ ଏକା ଚାଷୀଙ୍କତଣ୍ଟିକୁ
ଚିପିବାରେ ତୁମ ଲାଭ,
ବଡ଼ ବଡ଼ିଆ ଓ ଲାଞ୍ଚୁଆ ମିଛୁଆ
ତାଙ୍କୁ କିରେ ଠକି ପାରିବ I
ନିରୁପାୟ ଚାଷୀ ଧାନ ଚାଷ କରି
ଭରଷା ଟିକିଏ ପାଉନି,
ମଣ୍ଡି ବାଲାଙ୍କର ଦାଉ ବନ୍ଦକର
କଟନୀ ବନାମ ଛଟନୀ I

ସୁଭଦ୍ରା ମହାନ୍ତ, କେନ୍ଦୁଝର
ମୋବାଇଲ: 8895974011

(ସୌଜନ୍ୟ ଖଣ୍ଡାଧାର ନିଉଜ)

1
831 views

Comment