logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀଗୀତ ଗୋବିନ୍ଦ - ହରିହର ମହାନ୍ତ ଙ୍କ ଦ୍ଵାରା ସ୍ବରଚିତ କବିତା।

ଶ୍ରୀଗୀତ ଗୋବିନ୍ଦ
*** ****(କଲ୍ୟାଣ ଆହାରୀ)
ହରିହର ମହାନ୍ତ
ଅପ୍ରାକୃତ ପ୍ରେମ ରସ ଅନୁପମ
ଲଳିତ ପଦ ରସାୟନ
ଶ୍ରୀଗୀତ ଗୋବିନ୍ଦ ଛନ୍ଦ ମକରନ୍ଦ
ଆନନ୍ଦ ପିପାସୁ ସୁଜନ
ସଦା ତଲ୍ଲୀନ-ନବରସ ସାର ବ୍ୟଞ୍ଜନ
ଆସ୍ଵାଦନ କରି ଦିବସ ଶର୍ବରୀ
କବି କୋବିଦ ସମ୍ୱୋହନ । ୧।
ଶାଶ୍ବତ ଅନନ୍ତ ପ୍ରେମ ମୂର୍ତ୍ତୀମନ୍ତ
ନିତ୍ୟ ରାସ ଯହିଁ ଦର୍ଶନ
ସଞ୍ଚ କୁଞ୍ଜବନେ ମୃଦୁ ସମୀରଣେ
ଗୁଞ୍ଜରେ ମଧୁ ବେଣୁସ୍ୱନ
ଯା'ର ଶ୍ରବଣେ -ଆଭୀର ଲଳନା ତଲ୍ଲୀନ
ବ୍ରଜ ରାସେଶ୍ୱରୀ ବୃନ୍ଦାବନେଶ୍ୱରୀ
ପୟର କରନ୍ତି ବନ୍ଦନ । ୨।
କେନ୍ଦୁବିଲ୍ଵ ସତୀ ପଦ୍ମାବତୀ ପତି
ନିତି ଭକ୍ତିରସେ ମଗନ
ଲଳିତ ଲବଙ୍ଗ ଲତା କୁଞ୍ଜେ ତଳେ
କରନ୍ତି ଯୁଗଳ ଦର୍ଶନ
ଶ୍ରୀଜୟଦେବ-କବିକୁଳମୌଳି ରତନ
ପଙ୍ଗୁ ହୋଇଗିରି ଲଙ୍ଘିବା ପ୍ରକାରେ
ତବ ପଦାଙ୍କେ ବଳେ ମନ | ୩|

କୁଲାଡେରା, ମଣ୍ଡୁଆ, କେନ୍ଦୁଝର
8328928793
(ସୌଜନ୍ୟ ଖଣ୍ଡାଧାର ନିଉଜ)

1
526 views

Comment