ଜନ ଗଣନା - ବବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ସ୍ବରଚିତ କବିତା।
ଜନ ଗଣନା
*********
ବସନ୍ତ କୁମାର ପ୍ରଧାନ
ସ୍ୱାଧୀନ ରାଷ୍ଟ୍ରର ବିକାଶ ନିମନ୍ତେ
ଲୋଡ଼ା ବିଭିନ୍ନ ଯୋଜନା
ସଫଳ ରୂପାୟନ କରିବାକୁ
ହୁଅଇ ଜନଗଣନା l
ଜନସଂଖ୍ୟାର ହିସାବ ସହିତ
ଅନ୍ୟାନ୍ୟ ତଥ୍ୟକୁ ନେଇ
ପରିସଖ୍ୟାନରେ ରାଷ୍ଟ୍ର ବିବରଣୀ
ପ୍ରସ୍ତୁତ କରା ହୁଅଇ l
ପୁରୁଷ ମହିଳା ବାଳକ ବାଳିକା
ସାକ୍ଷର ଓ ନିରକ୍ଷର
ପରିବାର ସଂଖ୍ୟା ଆସବାପତ୍ର
ଗଣିଥାନ୍ତି ସରକାର l
ବାସ ଉପଯୋଗୀ ଗୃହ ସଂଖ୍ୟା ସହ
ଜୀବନ ଧାରଣ ମାନ
ଭାଷା ଶିକ୍ଷା ଧର୍ମ ଶିଶୁ ମୃତ୍ୟୁହାର
କରାଯାଏ ଆକଳନ l
କେନ୍ଦ୍ର ଓ ରାଜ୍ୟର ସହଯୋଗିତାରେ
ଏକାର୍ଯ୍ୟ ହୁଏ ସମ୍ପନ୍ନ
ଜିଲ୍ଲାପାଳଙ୍କର ତତ୍ତ୍ୱାବଧାନରେ
ତଥ୍ୟଭିତ୍ତିଜ ଗଣନ l
ମହାନ ଜାତୀୟ କାର୍ଯ୍ୟ ଅଟେ ଏହି
ଲୋଡ଼ା ଜନ ସହଯୋଗ
ଗୋପନ ନରଖି ଆବଶ୍ୟକ ତଥ୍ୟ
ଦେବାରେ ହିଁ ଲାଭଯୋଗ l
ଜନ ସାଧାରଣ ଜୀବନ ଧାରଣ
ମାନର ଉନ୍ନତି ପାଇଁ
ଆମ ସହଯୋଗ ସଦିଛା ହିଁ ଲୋଡ଼ା
ଏକଥାକୁ ଭୁଲ ନାହିଁ l
**********************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -7735611484
(ସୌଜନ୍ୟ: ଖଣ୍ଡାଧାର ନିଉଜ)