logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଦ୍ୟାଳୟ କମିଟି ତରଫରୁ ଦୁଇ ପ୍ରଧାନଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା।

ବିଦ୍ୟାଳୟ କମିଟି ତରଫରୁ ଦୁଇ ପ୍ରଧାନଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା।

ଘସିପୁରା ୩/୦୬ ଆନନ୍ଦପୁର ଉପଖଣ୍ଡ ପୁରୁଣାବାନ୍ଧଗୋଡା ବଳରାମ ଧିର ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଦୁଇ ସହକାରୀ ଶିକ୍ଷକ ନିର୍ମଳ ଚନ୍ଦ୍ର ମହାପାତ୍ର ଓ ନାରାୟଣ ଦାସ ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ପଦବୀରେ ଅବସ୍ଥାପିତ ହେବାପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବବ୍ରତ ପଟ୍ଟନାୟକ ଙ୍କ ସଂଯୋଜନା ରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ବୈଷ୍ଣବ ଚରଣ ସେନାପତି, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବଳଭଦ୍ର ବେହେରା, କମିଟି ସଦସ୍ୟ ନିଶିକାନ୍ତ ପଟ୍ଟନାୟକ , ଶିକ୍ଷକ ସୁରେଶ ଭୁୟାଁ,ଅତିସ ଜେନା, ଦେବପ୍ରସାଦ ସାହୁ, ବିଶ୍ଵଜିତ ଖୁଣ୍ଟିଆ,ଶୁଭ୍ରଜ୍ୟୋତି ଧୀର, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ବାସନ୍ତୀ ରଣା, କର୍ମଚାରୀ ଲକ୍ଷ୍ମୀଧର ରାଉତ ଉପସ୍ଥିତ ରହି ଦୁଇ ପ୍ରଧାନଶିକ୍ଷକ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ନିର୍ମଳ ଚନ୍ଦ୍ର ମହାପାତ୍ର ବଳରାମ ଧିର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ ଓ ନାରାୟଣ ଦାସ ଗଡବାନ୍ଧଗୋଡା ସ୍ଥିତ କଲ୍ୟାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଜଣାପଡିଛି।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

2
797 views

Comment