logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଇଟରନିଟୀ ସଂଗଠନଦ୍ବାରା ଚନ୍ଦ୍ରମେlହନ ମହାନ୍ତ ସମ୍ବର୍ଦ୍ଧିତ।

ଇଟରନିଟୀ ସଂଗଠନଦ୍ବାରା ଚନ୍ଦ୍ରମେlହନ ମହାନ୍ତ ସମ୍ବର୍ଦ୍ଧିତ।

କରଞ୍ଜିଆ -୦୩/୦୬(ଖଣ୍ଡାଧାର ନିଉଜ) ଭୁବନେଶ୍ୱର ସ୍ଥିତ ଇଟରନିଟୀ ଅନ୍ତରାଷ୍ଟ୍ରୀୟ ସଂଗଠନ ବିଭିନ୍ନ ସମୟରେ ସାହିତ୍ୟିକ, ଦାର୍ଶନିକ, କବି, ଲେଖକ, ଶିକ୍ଷାବିତ୍,ନୣତ୍ୟଶିଳ୍ପୀ, ସାମ୍ବାଦିକ ଆଦି ମିଡିଆ ଆଢୁଆଳରେ ରହିଯାଉଥିବା ବିଭିନ୍ନ ବିରଳ ପ୍ରତିଭାଙ୍କୁ ଠାବ କରି ଏଯାବତ ସମ୍ବର୍ଦ୍ଧନା ଦେଇ ଆସିଛି l ଏହି କ୍ରମରେ ମଙ୍ଗଳବାର ବର୍ଷୀୟାନ ଶିକ୍ଷlବିତ୍,ଧର୍ମପରାୟଣ, ଆଦର୍ଶ ଓ ବିନମ୍ର ଚନ୍ଦ୍ରମେlହନ ମହାନ୍ତଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି l ଜଣେ ସରଳ, ନିରାଡମ୍ବର ସନ୍ଥ ବ୍ୟକ୍ତି ଯିଏ ପ୍ରତ୍ୟହ. ଗେlସେବା କରିବା ସହିତ ରାମାୟଣ, ମହାଭାରତ, ଉପନିଷଦ, ଗୀତା ଚର୍ଚ୍ଚା କରିଥାନ୍ତି l ସରକାରଙ୍କ ଠୁ ପେନସନ ଗ୍ରହଣ ନ କରି ବି ନାନାଦି ଧର୍ମକର୍ମ, ସତସଙ୍ଗରେ ଯେlଗ ଦେଇଥାନ୍ତି l ତାଟେl, ସରଲାପଦା, କୁରୁଳିଆ ମନ୍ଦିର ନିର୍ମାଣ ରେ ତାଙ୍କର ପ୍ରମୁଖ ଭୁମିକା ଥିଲା l କୁରଳିଆ ଜଗନ୍ନାଥ ରଥଯାତ୍ରା ତଥା ସର୍ବଧର୍ମ ସମନ୍ୱୟ କାର୍ଯ୍ୟକ୍ରମର ଆଦ୍ୟ ପ୍ରବକ୍ତା, ଅଜାତଶତୣ ଚନ୍ଦ୍ରମେlହନ ମହାନ୍ତ ତାଟେl, ତୁରୁମୁଙ୍ଗା ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଟନ୍ତି l

4
507 views

Comment