logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାଲେଶ୍ୱର ସୋର ରେ ୟୁଟ୍ୟୁବ୍ ପରିବାର ଙ୍କ ତରଫରୁ ଜଳଛତ୍ର ଉଦ୍ଘାଟନ କରାଯାଇଛି

ବାଲେଶ୍ୱର: ସୋର ଅଂଚଳରେ ୟୁଟ୍ୟୁବ୍ ପରିବାର ଙ୍କ ତରଫରୁ ବାଲେଶ୍ୱର ସୋର ସ୍ୱରୋଅଞ୍ଚଳରେ ପ୍ରଚଣ୍ଡ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲାଯାଇଛି। ଏହି ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପଥଚାରୀ, ଶ୍ରମିକ, ଯାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ପ୍ରତ୍ୟେକ ରବିବାର ଦିନ ଦହି ପାଣି ଓ ଲେମ୍ବୁ ପାଣି ବଣ୍ଟନ କରାଯାଉଛି, ଯାହା ଲୋକମାନଙ୍କୁ ଶରୀରରେ ଜଳୀୟ ଅଂଶ ବଜାୟ ରଖିବାରେ ସହାୟତା କରୁଛି। ସ୍ଥାନୀୟ ଲୋକମାନେ ୟୁଟ୍ୟୁବ୍ ପରିବାର ଙ୍କ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରି ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କର ମତ ଅନୁସାରେ, ଏଭଳି ସାମାଜିକ କାର୍ଯ୍ୟକ୍ରମ ସମାଜ ପାଇଁ ପ୍ରେରଣାଦାୟକ ଉଦାହରଣ।

"ସେବା ହିଁ ଧର୍ମ" ବାର୍ତ୍ତାକୁ ଆଗରେ ରଖି ୟୁଟ୍ୟୁବ୍ ପରିବାରମୁଖର ସଦସ୍ୟମାନେ ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ବାଲେଶ୍ୱର ଅଞ୍ଚଳରେ ଏହି ଜଳଛତ୍ର ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ସହାରା ପାଲଟିଛି।
ସତ୍ୟରଞ୍ଜନ ଯେନା ଙ୍କ ନ୍ୟୁଜ

0
12 views

Comment