ଦୁଃଖ - ସୁଧୀର ମେହେର ଙ୍କ ଦ୍ଵାରା ସ୍ବରଚିତ କବିତା।
।। ଦୁଃଖ ।।
ସୁଧୀର ମେହେର ।
ଚୁଲିରେ
ଡବକୁଚି ଭୋକ,
ଘର ସାରା ଦରାଣ୍ଡି ଦରାଣ୍ଡି
ମିଳି ପାରୁନି ମୁଠେ ଚାଉଳ...
ଉତୁରେଇବାକୁ ଗଣ୍ଡେ ପଖାଳ ।
ଷାଠିଏ ବର୍ଷର ବୁଢ଼ୀ ମାଁ
ପଡ଼ିଶାଘର ବାସନ ମାଜି ନେଇ ଆସିଚି
କଂସାଏ ପଖାଳ,
ଖାଇବା ପାଇଁ ପୁଅଝିଅ ମାଡଗୋଳ
ବୁଢ଼ୀ ମାଁ ଆଖିରୁ ଥୟ ରହୁନି ଲୁହଧାର ।
ପରଦେଶରେ ଦାଦନ ଖଟି
ବାପ ପଠେଇ ଦେଇଛି ଗାମୁଛା ଭର୍ତ୍ତି ହସ,
ଅଠର ବର୍ଷର ଭେଣ୍ଡିଆ ପୁଅ
ମହୁଲି ନିଶାରେ ଗଡ଼ି ଥୋପ ଗିଳିଚି ରଜା ଝିଅର,
ଢକ୍ ଢକ୍ ଶୋଷି ନେଉଚି
ଭଙ୍ଗା ଖପରାର ସବୁ ଲୁହ,ରକତ ।।
ଏଣେ,
ଡାକ୍ତରଙ୍କ ତାଗିଦ୍-ଟଙ୍କା ଯୁଗାଡ କର,
ଅପରେସନ୍ ହେବ
ପୁଅର ଜୀବନ ସଙ୍କଟାପନ୍ନ।
ସଭିଙ୍କୁ ହାତ ପତେଇ ପତେଇ ନୟାନ୍ତ ବାପ
ନିଜେ ବିକି ହେବାକୁ ବି ତୈୟାର୍,
ମିଳୁ ନାହାନ୍ତି ଜଣେ ବି ଦୟାବନ୍ତ ଗ୍ରାହକ ।।
ହାୟରେ କପାଳ !!
ଚିଚୈଗୁଡା,ଜୁନାଗଡ,
କଳାହାଣ୍ଡି,ପିନ୍-୭୬୬୦୧୪
ସଂପର୍କ-୯୫୮୩୫୮୮୮୮୭