logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଫଗୁଣ ଫେରିଗଲା ପରେ - ଡ. ସୁଭେନ୍ଦୁ ମେହେର ଙ୍କ ଦ୍ବାରା ରଚିତ କବିତା।

ଫଗୁଣ ଫେରିଗଲା ପରେ
******************


ଫୁଲେଇ ଫଗୁଣ ଫେରିଗଲା ବୋଲି ମଳୟ ଯାଇଛି ହଜି
ଆମ୍ବ ବଉଳରେ ମହୁଲ ଫୁଲରେ ଲାଗିଛି ପ୍ରେମର ବାଜି ।
ପୀରତି କୁଞ୍ଜରେ ମହୁଆ ସଂଜରେ ଜହ୍ନର ନିବିଡ଼େ ଯାଇ
ଲୁଚି ରହିଗଲ ଲାସ୍ୟମୟୀ ଗୋ ବିରହ ଝାଞ୍ଜି ଦେଇ ।।


ଗୁମୁରି ଗୁମୁରି କାନ୍ଦେ ଋତୁରାଜ କୋମଳ ସ୍ପର୍ଶ ହେଜି
ସାଗର ବିଚିର ତତଲା ବାଲିରେ ବୁଲୁଛି ମୁକ୍ତା ଖୋଜି ।
ଧୋଇନାହିଁ ରଙ୍ଗ ଲିଭିନି ସେ' ଦାଗ ସ୍ନିଗ୍ଧ କୋମଳ ଛୁଆଁ
ଚୋରା ଚଇତାଳି ଭାରି ନିଉଚ୍ଛାଳି ଚୋରେଇ ନେଇଛି କିଆଁ ।।

ପାନ୍ଥଶାଳା ମୋ' ପଡ଼ିଅଛି ଖାଲି କାନ୍ଥରେ ରହିଛି ଦାଗ
ଚାନ୍ଦିନୀ ରାତିର ଚନ୍ଦ୍ରାତପରେ ଘଟିଲା କେଉଁ ପରାଗ ।
ଧୁ ଧୁ ଖରା ଆବୋରି ଧରିଲା ଖାଁ ଖାଁ ନଈ କୂଳ
ପଲାଶ ରୁଧିର ରୁନ୍ଧି ଧରିଛି ଶୂନଶାନ ଖରାବେଳ ।।


ପଦ୍ମବନର ପଦ୍ମଗନ୍ଧା ଗୋ ପଦ୍ମତୋଳାର ଡାକ
ଛାଇ ଛଳନାର ଛନ୍ଦ ଭିତରୁ ଦିଅ ଅମୀୟ ମହକ ।।


ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋ -୯୯୩୮୪୩୩୬୬୪

(ସୌଜନ୍ୟ ଖଣ୍ଡାଧାର ନିଉଜ)

8
349 views

Comment