logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ବାଳିକା ବିଭାଗରେ କେନ୍ଦୁଝର ୧୭-୦ ଗୋଲରେ ବିଜୟୀ ବାଳକ ବିଭାଗରେ ବାଲେଶ୍ୱର ୮-୧ ଗୋଲରେ ବିଜୟୀ

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା
ବାଳିକା ବିଭାଗରେ କେନ୍ଦୁଝର ୧୭-୦ ଗୋଲରେ ବିଜୟୀ ବାଳକ ବିଭାଗରେ ବାଲେଶ୍ୱର ୮-୧ ଗୋଲରେ ବିଜୟୀ

କେନ୍ଦୁଝର,ତା୧/୬- ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମ ପଡିଆ ଠାରେ ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗର ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆଜି ଉଦଘାଟିତ ହୋଇଯାଇଛି l ଲିଗ କମ ନକ ଆଉଟ ପଦ୍ଧତିରେ ପୂର୍ବାହ୍ନରେ ଅନୁଷ୍ଠିତ ଆଜିର ଉଦଘାଟନୀ ଖେଳରେ କେନ୍ଦୁଝର ବାଳିକା ଦଳ ବାଲେଶ୍ୱର ବିପକ୍ଷରେ ଗୋଲର ବର୍ଷା କରି ୧୭-୦ ଗୋଲରେ ଏକ ବିପୁଳ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛନ୍ତି l କେନ୍ଦୁଝରର ୧୧ ନମ୍ବର ତାରକା ଖେଳାଳି ସ୍ୱପ୍ନା ଭୂୟାଁ ଏକ ହ୍ୟାଟ୍ରିକ ସହ ବ୍ୟକ୍ତିଗତ ଭାବେ ୯ ଟି ଗୋଲ ସ୍କୋର କରି ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ୧୦ ନମ୍ବର ଖେଳାଳି ନିହାରିକା ମୁଣ୍ଡା କ୍ରମାଗତ ଭାବେ ୩ଟି ଗୋଲ ସ୍କୋର କରି ହ୍ୟାଟ୍ରିକ ଅର୍ଜନ କରିଥିଲେ ଏମାନଙ୍କ ବ୍ୟତୀତ ୧୨ ନମ୍ବର ଖେଳାଳି ଆୟୁଷ୍କା ମାଝୀ ୨ଟି ଗୋଲ ଓ ସୁବର୍ଣ୍ଣିକା ଚାମ୍ପିୟା, ପୂଜା ଓରାମ, ସୁପ୍ରିୟା ମହାନ୍ତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।
ପୂର୍ବାହ୍ନରେ ଅନୁଷ୍ଠିତ ବାଳକ ବିଭାଗର ଅନ୍ୟ ଏକ ଖେଳରେ ବାଲେଶ୍ୱର ଜିଲ୍ଲା କେନ୍ଦୁଝର ବିପକ୍ଷରେ ୮-୧ ଗୋଲରେ ଏକ ବିପୁଳ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି। ବାଲେଶ୍ୱରର ୧୧ ନମ୍ବର ଖେଳାଳି ସର୍ବାଧିକ ୩ଟି ଗୋଲ ସ୍କୋର କରିଥିବା ବେଳେ ଲିବା ହାଁସଦା ୨ଟି, ତୁଫାନ ବେହେରା, ଜୟରାମ ମୁର୍ମୁ ଏବଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ l କେନ୍ଦୁଝର ପକ୍ଷରୁ ଅଧିନାୟକ ଅଙ୍କିତ ବେହେରା ଏକ ମାତ୍ର ଗୋଲ ସ୍କୋର କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

6
199 views

Comment