logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୂୟାଁ ମହା ସମାଜ ତରଫରୁ ଲେଖକ ସଂଗଠକ ଡମ୍ବରୁ ମହାନ୍ତ ସମ୍ବର୍ଦ୍ଧିତ।

ଭୂୟାଁ ମହା ସମାଜ ତରଫରୁ ଲେଖକ ସଂଗଠକ ଡମ୍ବରୁ ମହାନ୍ତ ସମ୍ବର୍ଦ୍ଧିତ।

ଚମ୍ପୁଆ -୦୧/୦୬(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ସଂଜୀବନୀ ସାହିତ୍ୟ ସଂସଦ ର ସମ୍ପାଦକ, ଲେଖକ ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ଙ୍କୁ ବିପ୍ଲବୀ ଧରଣୀଧର ଙ୍କ ଜୀବନାଦର୍ଶ ର ପ୍ରଚାର ପ୍ରସାର ପାଇଁ ଚାରିପୀଢ଼ ଭୂୟାଁ ମହା ସମାଜ ଓ ଚାରି ଦେଉରିଆ ପୀଢ଼ ଭୂୟାଁ ସମାଜ ର ସାଧାରଣ ସଭା ଓ ସମର୍ଦ୍ଧନା ସମାରୋହରେ ରବିବାର ମୁରୁସୁଆଁ ଠାରେ ସମର୍ଦ୍ଧିତ କରାଯାଇଛି l ଏଥିରେ ଚାରିପୀଢ଼ ଭୂୟାଁ ମହା ସମାଜ ସଭାପତି ତଥା ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ
ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଟାନସପୋର୍ଟ କମିଶନର ଯୁଧିଷ୍ଠିର ନାଏକ, ମୁଖ୍ୟବକ୍ତା ଭାବେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଚାରିପୀଢ଼ ଭୂୟାଁ ମହା ସମାଜ ର ସମ୍ପାଦକ ମଧୁସୂଦନ ନାଏକ, ଚାରି ଦେଉରିଆ ଭୂୟାଁ ସମାଜ ସମ୍ପାଦକ ପଦ୍ମଲୋଚନ ନାଏକ, ଗୁମୁରା ସରପଞ୍ଚ ତପନ କୁମାର ନାଏକ, ସମାଜସେବୀ ପ୍ରତାପ ନାଏକ ପ୍ରମୁଖ ଯୋଗ ଦେଇ ଲେଖକ ଶ୍ରୀ ଡମ୍ବରୁ ମହାନ୍ତ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପଢଉକନ ଦେଇ ସମ୍ମାନିତ କରି ସମର୍ଦ୍ଧିତ କରିଥିଲେ l ପ୍ରକାଶ ଥାଉକି ଶ୍ରୀ ମହାନ୍ତ କେନ୍ଦୁଝର ର ଐତିହ୍ୟ, ସଂସ୍କୃତି ଗବେଷଣା ସହିତ କେନ୍ଦୁଝର ର ବରପୁତ୍ର, ପ୍ରତିଭା ଙ୍କ ଜୀବନୀ ସଂକଳିତ କରି ପୁସ୍ତକ ପ୍ରକାଶନ କରିବା ସହିତ ବିପ୍ଲବୀ ଧରଣୀଧର, ସହିଦ ରତ୍ନା ନାଏକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶ ପ୍ରଚାର ପ୍ରସାରରେ ବ୍ରତୀ ଅଛନ୍ତି l ତାଙ୍କର ଏହି କୃତିତ୍ୱରେ ଅଞ୍ଚଳ ର ଲେଖକ, ଲେଖିକା, ବିଭିନ୍ନ ସାହିତ୍ୟlନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି l

6
197 views

Comment