Ranjita Mallick Appointed President of Rourkela District Mahila Congress
SMS News Bureau Rourkela
ରାଉରକେଲା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ରଞ୍ଜିତା ମଲ୍ଲିକ ନିଯୁକ୍ତ
ରାଉରକେଲା ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ସୁଶ୍ରୀ ରଞ୍ଜିତା ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କର ଏହି ନିଯୁକ୍ତିକୁ ନେଇ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ଏହି ଅବସରରେ ସୁଶ୍ରୀ ରଞ୍ଜିତା ମଲ୍ଲିକଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଏହି ନିଯୁକ୍ତି ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ , ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ସୁଶ୍ରୀ ଅଳକା ଲାମ୍ବା , ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି , ସୁନ୍ଦରଗଡ଼ ଜିଲ୍ଲାର ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ସୁନିତା ବିଶ୍ୱାଳ ଏବଂ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସ ଙ୍କ ପ୍ରତି ସୁଶ୍ରୀ ରଞ୍ଜିତା ମଲ୍ଲିକ କୃତଜ୍ଞତା ଜଣାଇଛନ୍ତି ।
କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ମହିଳାମାନଙ୍କ ସଶକ୍ତିକରଣ ଏବଂ ସାମାଜିକ ଉନ୍ନତି କ୍ଷେତ୍ରରେ ସୁଶ୍ରୀ ରଞ୍ଜିତା ମଲ୍ଲିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।