logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଣ୍ଡାଘାଟି ମୁଦୁଲିପଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର: ୩୨ଟି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ*

*
*ମାଲକାନଗିରି,୧/୬/୨୬:*

ଆଜି ବଣ୍ଡା ଘାଟିର ମୁଦୁଲିପଡ଼ା ପଞ୍ଚାୟତରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଓ ଏସପିଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସହଜରେ ପହଞ୍ଚିବା ପାଇଁ ଏହି ବିଶେଷ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା, ଯାହାଦ୍ୱାରା ବଣ୍ଡା ଜନଜାତିର ଲୋକମାନେ ନିଜ ସମସ୍ୟା ପ୍ରଶାସନ ସାମ୍ନାରେ ରଖିପାରିଛନ୍ତି। ଏହି ଶିବିରରେ ମୋଟ ୩୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସ୍ଥାନୀୟ ବାସିନ୍ଦାମାନେ ମୁଖ୍ୟତଃ ପାନୀୟ ଜଳ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସରକାରୀ ଆବାସ ଯୋଜନା ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକ ପ୍ରଶାସନ ସାମ୍ନାରେ ରଖିଥିଲେ।ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କହିଛନ୍ତି ଯେ, ଦୁର୍ଗମ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ପ୍ରଶାସନର ମୁଖ୍ୟ ଦାୟିତ୍ୱ। ପ୍ରତ୍ୟେକଟି ଅଭିଯୋଗର ଯଥାଶୀଘ୍ର ଏବଂ ସମୟସୀମା ମଧ୍ୟରେ ସମାଧାନ କରାଯିବ, ଯେପରି କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ସେବାରୁ ବଞ୍ଚିତ ହେବେ ନାହିଁ। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

1
631 views

Comment