logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ବ୍ଲକରେ ଆରମ୍ଭ ହେଲା ଏସ୍ଆଇଆର୍ ଘରକୁ ଘର ବୁଲି ଫର୍ମ ବଣ୍ଟନ କଲେ ବି,ଏଲ,ଓ।

ପାଟଣା ବ୍ଲକରେ ଆରମ୍ଭ ହେଲା ଏସ୍‌ଆଇଆର୍ ଘରକୁ ଘର ବୁଲି ଫର୍ମ ବଣ୍ଟନ କଲେ ବି,ଏଲ,ଓ।

ପାଟଣା-୩୦/୦୫, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବ୍ଲକ ଅଞ୍ଚଳରେ ଭୋଟର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଘରକୁ ଘର ବୁଲି ଏସ୍‌ଆଇଆର୍ ଫର୍ମ ବଣ୍ଟନ କରୁଛନ୍ତି।

ଏହି ଅଭିଯାନ ମାଧ୍ୟମରେ ଯୋଗ୍ୟ ଭୋଟରଙ୍କ ନାମ ଯୋଡିବା, ତ୍ରୁଟି ସଂଶୋଧନ କରିବା ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ କାଟିବା ପାଇଁ ଆବଶ୍ୟକ ସୂଚନା ସଂଗ୍ରହ କରାଯାଉଛି।ଏହି କାର୍ଯ୍ୟକ୍ରମ ମଇ 30 ରୁ ରୁ 28 ଫର୍ମ ପୂରଣ, ଜୁଲାଇ 5 ରେ ଚିଠା ପ୍ରକାଶ, ଜୁଲାଇ5 ରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ, ସେପ୍ଟେମ୍ବର 6 ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ହେବ ବୋଲି ସୂଚନା ଦିଆଯାଇଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
590 views

Comment