କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ବିଜୁଳି ମାରିବା ସହିତ କୁଆପଥର ବୃଷ୍ଟି!
କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ବିଜୁଳି ମାରିବା ସହିତ କୁଆପଥର ବୃଷ୍ଟି!
କେନ୍ଦୁଝରଗଡ:୨୯/୦୫, (ଖଣ୍ଡାଧାର ନିଉଜ) ଆଜି ଅପରାହ୍ନ ୩ ଘଟିକାରେ କେନ୍ଦୁଝର ସହର ରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ପବନ ବହିବା, ଘଡ଼ଘଡ଼ି ବିଜୁଳି ମାରିବା ସହିତ କୁଆପଥର ବୃଷ୍ଟି ହୋଇଥିବା ଦେଖିବାକୁ ମିଳିଅଛି। କାଳବୈଶାଖୀ ବର୍ଷା ର ପ୍ରଭାବ କମ୍ ରହିଥିଲା, ବର୍ଷା ସମୟରେ ବିଦ୍ୟୁତ୍ ବିଛିନ୍ନ ରହିଥିଲା। ଆଜିର ତାପମାତ୍ରା ଅଧିକ ରହିଥିଲା, କାଳବୈଶାଖୀ ବର୍ଷା କାରଣରୁ ଗରମରୁ କିଛିଟା ଆଶ୍ବସ୍ତି ମିଳିଅଛି। ଖବର ପ୍ରସାରିତ କରିବା ମଧ୍ଯରେ କୌଣସି ପ୍ରକାରର କ୍ଷୟକ୍ଷତି ତଥା ଜୀବନହାନୀ ସମ୍ପର୍କରେ ସୂଚନା ମିଳିନାହିଁ। ଭୂବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆଗାମୀ କିଛିଦିନ ରାଜ୍ଯର ବିଭିନ୍ନ ଜିଲ୍ଲା ତଥା ଅଞ୍ଚଳରେ କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ବିଜୁଳି ମାରିବା, କୁଆପଥର ବୃଷ୍ଟି, ପବନ ବହିବା ସମ୍ପର୍କରେ ପୂର୍ବାନୁମାନ କରିଅଛି। ସର୍ବସାଧାରଣ ନାଗରିକ ଯେକୌଣସି ଦୂରଦୂରାନ୍ତ କୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ବିଭାଗ ର ସୂଚନା ପ୍ରତି ଧ୍ଯାନ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।