ବଜ୍ରପାତରେ ସ୍ତ୍ରୀ ମୃତ, ସ୍ୱାମୀ ଆହତ
ଗତକାଲି ରାତିରେ କାଲିମେଳା ବ୍ଲକରେ କାଳ ବୈଶାଖୀ ବର୍ଷା ସହ ଘଡଘଡି ହୋଇଥିବା ବେଳେ ବଜ୍ର ପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି | ମୃତ ମହିଳା ଜଣଙ୍କ ହେଲେ ମହାରାଜପାଲ୍ଲୀ ଗ୍ରାମର ଏଙ୍କି ମାଡକାମୀ (୩୫) |
ବର୍ଷା ହେବାରୁ ଏଙ୍କି ଓ ତାଙ୍କ ସ୍ୱାମୀ କୁଡ଼ିଆରେ ରହି ଯାଇଥିଲେ
ମିଳିଥିବା ସୂଚନା ଅନୁସାରେ ବର୍ଷା ହେବାରୁ ଏଙ୍କି ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ(୪୦) ଗାଁ ନିକଟରେ ବାଦାମ କ୍ଷେତରେ ଥିବା ଏକ କୁଡ଼ିଆରେ ରହି ଯାଇଥିଲେ | ତେବେ ହଠାତ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ଏଙ୍କି ମାଡକାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଭିମା ମାଡକାମୀ ଗୁରୁତର ଆହତ ହୋଇଥିଲେ | ଏହି ଖବର ଜଣା ପଡିବା ପରେ ସ୍ଥାନୀୟ ଲୋକ ସ୍ୱାମୀଙ୍କୁ ଏମ୍. ଭି-୭୯ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତି କରିଥିଲେ | ତାଙ୍କର ଦୁଇ ପୁଅ ଝିଅ ରହିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |