logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ- କେନ୍ଦୁଝରର ବୁବୁନ ସାହୁ ହେଲେ ଟପ୍ପର।

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ- କେନ୍ଦୁଝରର ବୁବୁନ ସାହୁ ହେଲେ ଟପ୍ପର

କେନ୍ଦୁଝର:୨୭/୦୫ (ଖଣ୍ଡାଧାର ନିଉଜ) ଚଳିତ ଓଏଏସ୍ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଟଲୋଙ୍କପଡା ଗ୍ରାମର ବୁବୁନ ସାହୁ ଓଡ଼ିଶାର ଟପ୍ପର ହୋଇଛନ୍ତି। ପିତା ଙ୍କ ନାମ ଭଗବାନ ସାହୁ ଏବଂ ସେ ପେଶାରେ ଜଣେ ଚାଷୀ। ମାତା ଙ୍କ ନାମ କୁଞ୍ଜଲତା ସାହୁ, ସେ ଜଣେ ଗୃହିଣୀ। ବୁବୁନ୍ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମି ରେ ପ୍ରଶିକ୍ଷଣ ନେଉଥିବାବେଳେ ପୂର୍ବବର୍ଷ ସାରା ଓଡିଶା ରେ ୪୦ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ, ଚଳିତ ବର୍ଷ ମୋଟ ୨୦୦ ଜଣ ଓଏଏସ୍ କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବୁବୁନ୍ ଓଏଏସ୍ ଟପର୍ ହୋଇ ଉତ୍ତୀର୍ଣ୍ଣ ହୋଇ ଛନ୍ତି। ତାଙ୍କର ଏହି ସଫଳତା ପାଇଁ କେନ୍ଦୁଝର ଜିଲ୍ଲା ଗର୍ବିତ ହୋଇ ଥିବା ବେଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଶୁଭେଛା ଜଣାଇବା ସହିତ ତାଙ୍କର ଦୀର୍ଘଜୀବନ କାମନା କରିଛନ୍ତି। ଓଏଏସ୍ ପରୀକ୍ଷା ପାଇଁ ସେ ଭଲ ଭାବେ ପଢାପଢି କରିଥିଲେ ଓ ଏହାପରେ ସେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

10
962 views

Comment