logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଡିଓ ତ୍ୱରିତ ପଦକ୍ଷେପ ନେଲେ କିନ୍ତୁ ପ୍ରକୃତି ସହାୟ ହେଲେନି!

ବିଡିଓ ତ୍ୱରିତ ପଦକ୍ଷେପ ନେଲେ କିନ୍ତୁ ପ୍ରକୃତି ସହାୟ ହେଲେନି!

ପାଟଣା-୨୭/୦୫ (ଖଣ୍ଡାଧାର ନିଉଜ) ଗତକାଲି ସାହିରେ ପାନୀୟ ଜଳ ସଂକଟ ର ସମାଧାନ ପାଇଁ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣ ମହୁଲଡିହା ଗ୍ରାମ ପାତୁଳୁ ସାହି ବାସୀ ର ମହିଳା ମାନେ ୨୦ କିମି ବ୍ଲକ ମୁଖ୍ୟାଳୟ କୁ ଟ୍ରାକ୍ଟର ରେ ଗରା ବାଲଟି ନେଇ ଯିବା ସହ ବ୍ଲକ ଘେରାଉ କରି ବିଡିଓ ଙ୍କୁ ଦାବିପତ୍ର ଦେଇଥିଲେ। ଏନେଇ ଆମେ ବିଡିଓ ଙ୍କୁ ଯୋଗାଯୋଗ କରିବାରେ ବିଡିଓ ମାନସ କୁମାର ଦଣ୍ଡପାଟ ତତ୍କାଳ ପୁରୁଣା ଅଚଳ ନଳକୂପଟି ମରାମତି ପାଇଁ ନିର୍ଦ୍ଦେଶ ଦେବା ସହ ନୂତନ ନଳକୂପ ଖନନ ପାଇଁ ଗତରାତି ମେସିନ ମଧ୍ୟ ପଠାଇ ଥିଲେ। ଦୁର୍ଭାଗ୍ୟଯେ ରାତି ମେସିନ ୫ ଶହ ଫୁଟ ପର୍ଯ୍ୟନ୍ତ ଗଭୀର ଖୋଳିବା ପରେ ମଧ୍ୟ ପାଣି ବାହାରି ନଥିଲା। ଯାହା ଫଳରେ ସାହିବାସୀ ନିରାଶ ହୋଇଥିଲେ। ପୁରୁଣା ନଳକୂପ ଟି ମରାମତି ସତ୍ତ୍ବେ ଭୂତଳ ଜଳ ସ୍ତରର ଅସ୍ୱାଭାବିକ ହ୍ରାସ କାରଣରୁ ସେଥିରୁ ମଧ୍ୟ ଭଲରେ ପାଣି ବାହାରି ନାହିଁ। ଘଣ୍ଟାଏ ଦେଢଘଣ୍ଟାରେ ଗରାଏ ପାଣି ବାହାରୁଛି। ବିକଳ୍ପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ସାହିକୁ ପାଣି ଟ୍ୟାଙ୍କର ପଠାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

18
1130 views

Comment