logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ବ୍ଲକରେ ଥିବା "ଆମ ହସ୍ପିଟାଲ" ଏବେ ଗ୍ୟାରେଜ ଘର!

ପାଟଣା ବ୍ଲକରେ ଥିବା "ଆମ ହସ୍ପିଟାଲ" ଏବେ ଗ୍ୟାରେଜ ଘର!

ପାଟଣା: ୨୭/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଥିବା ଆମ ହସ୍ପିଟାଲ କେବେ ହେବ କାର୍ଯ୍ୟକାରୀ ତାହା ଦେଖିବାକୁ ବାକି ରହିଲା। ଏହି ନୂତନ ହସ୍ପିଟାଲ ଟି ପୂର୍ବ ବିଜେଡି ସରକାରଙ୍କ ସମୟରେ ନିର୍ମାଣ ହୋଇଥିଲା ଏବଂ ତାହା ମଧ୍ୟ ନିର୍ବାଚନ ଆଗରୁ ଉଦଘାଟିତ ହୋଇଥିଲା। ସରକାର ବଦଳି ବିଜେପି ସରକାର ଆସିଲା କିନ୍ତୁ ଆମ ହସ୍ପିଟାଲ ବଦଳିଲା ନାହିଁ। ପୂର୍ବ ସରକାର ରେ ଆମ ହସ୍ପିଟାଲ କଲର ସବୁଜ ରଙ୍ଗ ଥିବାବେଳେ ଏବେକାର ସରକାର ସମୟରେ ନାରଙ୍ଗୀ କଲର କରାଯାଇ ପୁଣି ଥରେ ଉଦଘାଟିତ କରାଯାଇଥିଲା। ଏହି ହସ୍ପିଟାଲ ଟି ଉଦଘାଟିତ ହେବାର ୬ ମାସ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରି ହୋଇପାରିଲା ନାହିଁ। ସେପଟେ ପୁରୁଣା ହସ୍ପିଟାଲରେ ରୋଗୀମାନେ ଖରାରେ ଧାଡିରେ ଛିଡାହୋଇ ଡାକ୍ତରଙ୍କୁ ଦେଖାଉ ଥିବାବେଳେ ସେପଟେ ଥିବା ଆମ ହସ୍ପିଟାଲଟି ଗାଡି ମୋଟର ରଖି ଗ୍ୟାରେଜ ରେ ପରିଣତ ହୋଇଛି। ଏହି ପାଟଣା ବ୍ଲକ ମୁଖ୍ୟାଳୟ ଥିବା ମେଡିକାଲରେ ମୋଟ ଡାକ୍ତର ୮ ଜଣ ଅଛନ୍ତି।ସେଥିରେ ମଧ୍ୟରୁ ଶିଶୁ ଡାକ୍ତର ଜଣେ ଥିବା ବେଳେ ଆଉ ୭ ଜଣ ଏମ୍ ବି ବି ଏସ୍ ଡାକ୍ତର ଥିବାବେଳେ ଫାର୍ମାସିଷ୍ଟ ଜଣେ ନର୍ସ ୪ ଜଣରେ ପାଟଣା ଡାକ୍ତରଖାନା ଚାଲୁଥିବା ଦେଖିବାକୁ ମିଳିଛି। ଯଥାଶୀଘ୍ର ପାଟଣା ମେଡିକାଲ କୁ ଡାକ୍ତର ଫାର୍ମାସିଷ୍ଟ ନର୍ସ ଯୋଗାଇ ଦେବାପାଇଁ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।(ଚିରଞ୍ଜିବୀ ଦାଶଙ୍କ ରିପୋର୍ଟ)

14
942 views

Comment