ନୂଆପଡାରେ ପୋସ୍କୋ ଅଧୁନିୟମ ସଚେତନତା ଶିବିର ଅନୁଷ୍ଠିତ
ନୂଆପଡା : କୋମନା ବ୍ଲକ ଅନ୍ତର୍ଗତ ବାଞ୍ଜିବହାଲ ରାଷ୍ଟ୍ରୀୟ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଡି.କେ. ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଓଡ଼ିଆ ଅନୁବାଦ ତଥା ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ ‘ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ’ ଅଭିଯାନ ଅନ୍ତର୍ଗତ ପୋସ୍କୋ ଅଧୁନିୟମ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋମନା ଭକ୍ତବନ୍ଧୁ ବୁଡେକ୍, ପଲ୍ଟିପାନି ସମିତି ସଭ୍ୟ ସୁବୋଧ ଭୋଇ, ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ପି.ଇ.ଓ ପଲ୍ଟିପାନି ପବିତ୍ର ମିର୍ଦ୍ଧା, ବିଦ୍ୟାଳୟର ଶିକ୍ଷକ ବୃନ୍ଦ, ଛାତ୍ରଛାତ୍ରୀ ଓ ପ୍ରାଧିକରଣର ଅଧ୍କାର ମିତ୍ରଗଣ ଉପସ୍ଥିତ ଥିଲେ।
ନବନୀତା ଦାଶ ଡି.କେ. ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଓଡ଼ିଆ ଅନୁବାଦ ବିଷୟରେ ଏବଂ ପୋସ୍କୋ ଅଧୁନିୟମ ସମ୍ବନ୍ଧୀୟ ବିସ୍ତୃତ ଚର୍ଚ୍ଚା କରିଥିଲେ। ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ ଏବଂ ପୋସ୍କୋ ପୀଡ଼ିତାଙ୍କୁ ମିଳୁଥିବା ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ। ସଚେତନତା କାର୍ଯ୍ୟକ୍ରମ ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ପ୍ଲାଷ୍ଟିକ ଆବର୍ଜନା ସଫେଇ ଅଭିଯାନ ଆୟୋଜିତ ହୋଇ ପ୍ରାୟ ୫୨ କିଲୋ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଛି।