logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

KORAPUT MLA BAHINIPATI PARTICIPATE IN THE CRICKET TOURNAMENT CLOSING CEREMONY

ଗତ ସନ୍ଧ୍ୟାରେ ଜୟପୁର JELC ଖେଳ ପଡ଼ିଆ ଠାରେ ଆୟୋଜିତ “Summer Cricket Flood Light Tournament 2026” ର ଗ୍ରାଣ୍ଡ ଫାଇନାଲରେ ଯୋଗଦେଇ ଯୁବ କ୍ରିକେଟ୍ ଖେଳାଳିମାନଙ୍କ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ାମନୋଭାବକୁ ନିକଟରୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲି। ଫାଇନାଲ ମ୍ୟାଚ୍‌ରେ Shamser King ଓ Blue Birds ମଧ୍ୟରେ ହୋଇଥିବା ରୋମାଞ୍ଚକର ପ୍ରତିଯୋଗିତାରେ ବିଜୟୀ ଦଳ Blue Birds କୁ ହୃଦୟଙ୍ଗମ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲି। ଏପରି ସୁନ୍ଦର ଓ ସଫଳ ଆୟୋଜନ ପାଇଁ JELC CYA, Jeypore ର ସମସ୍ତ ଆୟୋଜକ, ସହଯୋଗୀ ଓ କ୍ରୀଡ଼ାପ୍ରେମୀଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଆମ ଯୁବପିଢ଼ି କ୍ରୀଡ଼ା ସହ ଯୋଡ଼ିତ ହୋଇ ଆଗକୁ ବଢ଼ନ୍ତୁ ଏବଂ ଜୟପୁର ପାଇଁ ଗୌରବ ଆଣନ୍ତୁ , ଏହା ମୋର ଆନ୍ତରିକ କାମନା।

0
5610 views

Comment