ଫଳକରେ ନାମ ନଥିବାରୁ ବିଧାୟକ ଏବଂ ଏମ.ପି.ଙ୍କ ସମର୍ଥକଙ୍କ ମଧ୍ୟରେ ଗୋଷ୍ଟି କନ୍ଦଳ !
ପୁରୁଷୋତ୍ତମପୁର -୨୬/୫(ଆଦିତ୍ୟ ମହାପାତ୍ର )ପୁରୁଷୋତ୍ତମପୁର ଅନ୍ତର୍ଗତ ଭୁତଶଟାସିଙ୍ଗି ପଂଚାୟତ ରେ ଆଜି ସାମାନ୍ୟ ଫଳକ ମରା କୁ ନେଇ ଆସିକା ସାଂସଦ ଙ୍କ ଗୋଷ୍ଠୀ ଓ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ଗୋଷ୍ଟି ମଧ୍ୟରେ କଳୀ ଲାଗି ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା l ଯାହା ଫଳରେ ରେ ବିଜେପି ଦଳ ଦୁଇଫାଳ ହୋଇଯାଇଛି।ବିଜେପି ର ବିଧାୟକ ଗୋଷ୍ଠୀ ଓ ସାଂସଦ ଗୋଷ୍ଠୀ ମଧ୍ୟ ରେ ଲାଗିଥିବା ଗୋଷ୍ଠୀ ବିବାଦ ଦାଣ୍ଡ ରେ ପଡ଼ି ହାଟ ରେ ଗଡୁ ଥିବାର ଦେଖିବା କୁ ମିଳୁଛି।ଏହି ଗୋଷ୍ଠି ବିବାଦ ବେଶ୍ ରୁଚିକର ହୋଇ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲା ଓ ରାଜ୍ୟ ରାଜନୀତି ରେ ମଧ୍ୟ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।ଘଟଣା ସ୍ଥଳ ରୁ ଜଣା ପଡ଼ିଛି ଯେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ମନ ମାନି କାର୍ଯ୍ୟ ଯୋଗୁଁ ଦଳ ର କର୍ମୀ ମାନ ଙ୍କ ମଧ୍ୟ ରେ ବହୁଦିନରୁ ଅସନ୍ତୋଷ ଦେଖାଦେବା ସହ ଦଳ ରେ ଅସ୍ଥିରତା ସୃଷ୍ଟି ହୋଇ ସଂଗଠନ ପ୍ରତି ସମସ୍ୟା ସୃଷ୍ଟି ହେଉଥିବାରୁ ଆସ୍କା ସାଂସଦ ଙ୍କ ସମର୍ଥକ ମାନେ ଏହାକୁ ନାପସନ୍ଦ କରିଛନ୍ତି।ଆଜି ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ର ଦୁଇ ଗୋଟି ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ ରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ନାମ ଫଳକ ରେ ଥିବା ବେଳେ ଆସ୍କା ସାଂସଦ ଅନିତା ଶୁଭଦର୍ଶନି ଙ୍କ ନାମ ଲେଖା ହୋଇନଥିବାରୁ ସାଂସଦଙ୍କ ସମର୍ଥକ ମାନେ ଉତ୍ୟକ୍ତ ହୋଇ ଆଜି ସକାଳେ ଶିଳାନ୍ୟାସ କରିବା କୁ ବିଧାୟକ ଆସିବା ପୂର୍ବରୁ ଭୂତ ସରସିଙ୍ଗି ଛକ ଠାରେ ଲାଗିଥିବା ଫଳକ କୁ କର୍ମୀମାନେ ହାତୁଡ଼ି ରେ ବାଡେଇ ବାଡେଇ ଭାଙ୍ଗି ଚୁରମାର କରିଦେଇଥିଲେ l ପରବର୍ତ୍ତୀ ମୁହୂର୍ତ୍ତ ରେ କିଛି ଘଣ୍ଟା ପରେ ବିଧାୟକ ଗୋଷ୍ଠୀ ଏକ ଫ୍ଲେକ୍ସ ଲଗାଇ ଶିଳାନ୍ୟାସ କରିଥିବା ଘଟଣା ବେଶ୍ ରୁଚି କର ପରିବେଶ ସୃଷ୍ଟି କରିଛି।ସୂଚନା ଯୋଗ୍ୟ ଯେ ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଅନ୍ତର୍ଗତ ଭୂତସରସୀଙ୍ଗି ଠାରୁ ବୁଢ଼ାମ୍ୱ ୧୦ କିଲୋମିଟର ରାସ୍ତା ଉନ୍ନତି କରଣ ପ୍ରକଳ୍ପ ପାଇଁ ୧୮ କୋଟି ଟଙ୍କା ଓ ଗୁଡ଼ିଆଳି ଠାରୁ ଟଙ୍କା ଛାଇ ୭ କିଲୋମିଟର ରାସ୍ତା ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ ହୋଇ ବର୍ତ୍ତମାନ ଭୂତ ସରସିଙ୍ଗି ବୁଢ଼ାମ୍ୱ ରାସ୍ତା କାମ ଆରମ୍ଭ ହୋଇ ଚାଲି ଆସୁଥିବା ବେଳେ ଆଜି ବିଧାୟକ ଫଳକ ମାରା କାର୍ଯ୍ୟକ୍ରମ ରଖିଥିଲେ କିନ୍ତୁ ସାଂସଦଙ୍କ ଗୋଷ୍ଟିର କିଛି କର୍ମୀ ଓ ଯୁବନେତା ସେଠାରେ ଦେଖିବାକୁ ପାଇଥିଲେ ଆସିକା ସାଂସଦଙ୍କ ନାମ ସେଥିରେ ଲେଖ ନଥିଲା ତେଣୁ ସେମାନେ ଉତକ୍ଷିପ୍ତ ହୋଇ ଫଳକ୍ତିକୁ ଭାଙ୍ଗି ଚୁରମାର କରିଦେଇଥିଲେ l କିନ୍ତୁ ବିଧାୟକ ପ୍ରତାପ ନାୟକ ଏକ ଫ୍ଲେକ୍ସ ଜରିଆରେ ତରବରିଆ ଭାବେ ଶୁଭ ଦେଇଥିଲେ l ଏହି କଳୀ ଆଗକୁ କେଉଁ ରୂପ ନେବ ତାହା ସମୟ କହିବ l