logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୨୬ରେ ରାଜ୍ୟ ଦଣ୍ଡ ପୁନଃସମୀକ୍ଷା ବୋର୍ଡ ବୈଠକ; ଜୁଲାଇ ୧୪ରେ ସୁପ୍ରିମକୋର୍ଟ ରାୟ ଦେଇପାରନ୍ତି।

୨୬ରେ ରାଜ୍ୟ ଦଣ୍ଡ ପୁନଃସମୀକ୍ଷା ବୋର୍ଡ ବୈଠକ; ଜୁଲାଇ ୧୪ରେ ସୁପ୍ରିମକୋର୍ଟ ରାୟ ଦେଇପାରନ୍ତି।

କେନ୍ଦୁଝର, : ୨୫|୦୫ (ଖଣ୍ଡାଧାର ନିଉଜ) ବହୁ ଚର୍ଚ୍ଚିତ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁ ପୁତ୍ର ଫିଲିପ ଓ ତିମୋଥ୍ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କର ମୁକ୍ତିର ରାସ୍ତା ସଫା ହେବାରେ ଲାଗିଛି। ଚଳିତ ମେ ୧୩ତାରିଖରେ ଭାରତର ସୁପ୍ରିମ କୋର୍ଟରେ ଏହି ମାମଲା ଉଠିଥିବାବେଳେ ବିଚାରପତି ନ୍ୟାୟାମୂର୍ତ୍ତି ମନୋଜ ମିଶ୍ର ଓ ନ୍ୟାୟାମୂର୍ତ୍ତି ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାରେ ଶୁଣାଣୀ ହୋଇଥିଲା। ରିଟ ପିଟିସନ ୩୦୧/୨୦୨୪ରେ ଦାରା ସିଂ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି କେସ ସୁପ୍ରିମକୋର୍ଟରେ ରହିଛି। ରାଜ୍ୟ ସରକାରଙ୍କ ଦଣ୍ଡ ପୁନଃ ସମୀକ୍ଷା ବୋର୍ଡର ବୈଠକ ଚଳି ଚଳିତ ମାସ ୨୬ତାରିଖ ଦିନ ଅନୁଷ୍ଠିତ ହେଉଥିବା କଥା ରାଜ୍ୟ ସରକାରଙ୍କ ସୁପ୍ରିମ କୋର୍ଟରେ ଆଇନଜୀବି କେ ଏମ ନଟରାଜ ପ୍ରକାଶ କରିଥିବାବେଳେ ଏହି ମାମଲାର ପରବର୍ତ୍ତୀ ତାରିଖ ଜୁଲାଇ ୧୪ତାରିଖକୁ ରହିଛି। ଦାରା ସିଂଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶଙ୍କର ଜୈନ, ବିଷ୍ଣୁଶଙ୍କର ଜୈନ, ମାରବିଆଙ୍ଗ ଖୋଙ୍ଗ ବିର, ଆଶିଷ କୁମାର ଦ୍ବିବେଦୀଙ୍କ ସମେତ ୧୬ଜଣ ଓକିଲ ମାମଲା ଲଢୁଛନ୍ତି। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ କେନ୍ଦୁଝର ଜେଲରେ ଗତ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସଜା କାଟୁଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

11
571 views

Comment