logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଂଶୁଘାତ ରେ ଜଣେ ଶ୍ରମିକଙ୍କ ମୃତ୍ୟୁ!

ଅଂଶୁଘାତ ରେ ଜଣେ ଶ୍ରମିକଙ୍କ ମୃତ୍ୟୁ!

ପାଟଣା-୨୪/୦୫, ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ବୁଦ୍ଧଦେବ ମହାକୁଡ଼ (୩୫) ନାମକ ଜଣେ ଶ୍ରମଜୀବି ଆଜି ଅଂଶୁଘାତ ରେ ପ୍ରାଣ ହରାଇଛନ୍ତି।ବୁଦ୍ଧଦେବ କାମ ସାରି ଘରକୁ ଫେରୁଥିବା ସମୟରେ ବରବେଡା-ନୂଆଗାଁ ରାସ୍ତାର କାଜୁ ଜଙ୍ଗଲ ନିକଟରେ ତାଙ୍କ ମୁଣ୍ଡ ବୁଲେଇ ଦେବାରୁ ସେ ଖସି ପଡ଼ିଥିଲେ। ଏହି ଘଟଣା ଆଜି ଅପରାହ୍ନ ସାଢେ଼ 3 ଟା ପରେ ପରେ ଘଟିଥିଲା। ଖବର ପାଇ ପାଟଣା ଥାନା ଏ ଏସ ଆଇ ଗୌରହରି ଗରଡ଼ିଆ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସନ୍ଧ୍ୟା ହୋଇ ଯାଇଥିବାରୁ ଆସନ୍ତା କାଲି ମଙ୍ଗଳବାର ମୃତକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
719 views

Comment