ମାଲ୍ୟବନ୍ତ ଶିଳ୍ପୀ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
କାଲିମେଳା,୨୩|୫: ମାଲକାନଗିରି ମାଲ୍ୟବନ୍ତ ଶିଳ୍ପୀ ସଂଘ ତରଫରୁ ଏକ ମହତ ମାନବିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଦସ୍ୟମାନେ କାଲିମେଳା ମେଡିକାଲ ପରିସରରେ ପହଞ୍ଚି ଚିକିତ୍ସିତ ହେଉଥିବା ଗରିବ, ଅସହାୟ ରୋଗୀ ଏବଂ ସେମାନଙ୍କ ସହ ଆସିଥିବା ସମ୍ପର୍କୀୟମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଗ୍ରୀଷ୍ମ ପ୍ରବାହ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, ହସ୍ପିଟାଲରେ ଲୋକମାନଙ୍କ ସୁବିଧା ପାଇଁ ସଂଘ ପକ୍ଷରୁ ଫଳ, ପାଣି ବୋତଲ ଏବଂ ଓଆରଏସ ଆଦି ପ୍ରଦାନ କରାଯାଇଥିଲା ।ସଂଘର ଏହିପରି ଜନହିତକର କାର୍ଯ୍ୟକୁ ମେଡିକାଲ କର୍ତ୍ତୃପକ୍ଷ ଏବଂ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଳ୍ପୀ ସଂଘର ସଭାପତି ନିତ୍ୟାନନ୍ଦ ରାୟ,ସମ୍ପାଦକ ଜୟଦେବ ତରଫଦାର, ଉପଦେଷ୍ଟା ତପନ ମଣ୍ଡଳ, ସଞ୍ଜୟ ସରକାର ,ଜୟନ୍ତ ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ୟ ସଂଘ ପକ୍ଷରୁ ଏଭଳି ସେବାମୂଳକ କାର୍ଯ୍ୟ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।