logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ଜଳସେଚନ କାର୍ଯ୍ୟରେ ଅନିୟମିତତା ଓ ନମ୍ବର ବିହୀନ ଗାଡ଼ି ଚାଲିବା ଅଭିଯୋଗ

ଚମ୍ପୁଆ : ଚମ୍ପୁଆ କ୍ଷୁଦ୍ର ଜଳସେଚନ ବିଭାଗର ମନମୁଖୀ କାର୍ଯ୍ୟ ପ୍ରଣାଳୀ ଓ ଅନିୟମିତତା ବିଷୟରେ ଭଣ୍ଡା ଗ୍ରାମପଞ୍ଚାୟତ ସୁଭଦ୍ରଦେଇପୁର ଗ୍ରାମରେ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। 'ଏମଆଇ ବଡବନ୍ଧ' କାର୍ଯ୍ୟରେ କୌଣସି ସୂଚନାଫଳକ ନଥିବା, ଟଙ୍କା ଅନୁମୋଦନ ଓ କାର୍ଯ୍ୟକାଳ ସମ୍ପର୍କରେ ଜନସାଧାରଣ ଅନଧାରରେ ରହିବା ସହିତ, ବନ୍ଧ କାର୍ଯ୍ୟରେ ନିୟୋଜିତ ଗାଡ଼ି ଗୁଡ଼ିକର ନମ୍ବର ଥିବା ନଥିବା ମାମଲା ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ଉଠାଇଛି।

ଗ୍ରାମବାସୀମାନେ ସରକାରୀ କର୍ମଚାରୀଙ୍କ ତରଫରୁ ଏଭଳି ଅନିୟମିତ କାର୍ଯ୍ୟ ଓ ନିୟମ ଉଲ୍ଲଂଘନ ପ୍ରତି ଆଶଙ୍କା ପ୍ରକାଶ କରିଛନ୍ତି। ସେମାନେ ମନ୍ତବ୍ୟ କରିଛନ୍ତି ଯେ, ଯଦି କାର୍ଯ୍ୟ ସ୍ୱଚ୍ଛ ଓ ଗୁଣବତ୍ତାପୂର୍ଣ୍ଣ, ତେବେ ଗାଡ଼ିର ନମ୍ବର ଲୁଚାଇବାର କାରଣ କଣ ହେବ। ତଦନ୍ତ ଓ ଦୁର୍ନୀତିରେ ଶାସକ ଦୃଷ୍ଟି ଦେଇ, ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମବାସୀ ଆହ୍ବାନ କରିଛନ୍ତି।

3
5 views

Comment