ସୁବତୀ ପାଢୀ ଆଲୁମିନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତିତ୍ବ, ଦାମନଯୋଡି,କୋରାପୁଟ, ଓଡ଼ିଶା ।
ସୁବତୀ ପାଢୀ ଆଲୁମିନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତିତ୍ବ
ଦାମନଯୋଡି:-୨୨/୫ ଦାମନଯୋଡି ଅଞ୍ଚଳର ସୁବତୀ ପାଢୀ ଆଲୁମିନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଫଳାଫଳ ଆଶାନୁରୂପ ହୋଇଅଛି ।ମୋଟ ୧୦୬ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୯୩ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି ।ପ୍ରଥମ ଶ୍ରେଣୀରେ ୪,ଦ୍ବିତୀୟ ଶ୍ରେଣୀରେ ୨୩ଜଣ,୬୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।୪୭୨ ନମ୍ବର ରଖି ସୁନେନା ସ୍ନେହାମାଳା କୁଳଦୀପ ଅନୁଷ୍ଠାନରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ।ଏକ୍ସ ରେଗୁଲାର ପାଞ୍ଚ ଜଣରୁ ଚାରିଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ୍ ହାର ୮୭. ୭୩ ପ୍ରତିଶତ ହୋଇଅଛି ।ଅନୁଷ୍ଠାନର ସଭାପତି ପ୍ରୀତମ ପାଢୀ,ସଂପାଦକ ଅନନ୍ତରାମ ମାଟାମ, ଅଧ୍ୟକ୍ଷ ହେମନ୍ତ କୁମାର ପାତ୍ର ଓ ଅଧ୍ୟାପକ ବେଣୁଧର ବେହେରା ସମେତ ସମସ୍ତ ଅଧ୍ୟାପକଗଣ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।