logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ପାଇଁ ଗୌରବ ଆଣିଲେ ସୌମ୍ୟାପ୍ରିୟଦର୍ଶିନୀ ବାରିକ।

କେନ୍ଦୁଝର ପାଇଁ ଗୌରବ ଆଣିଲେ ସୌମ୍ୟାପ୍ରିୟଦର୍ଶିନୀ ବାରିକ।

କେନ୍ଦୁଝର:୨୨/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକର ଶୁଆକାଟି ଅଞ୍ଚଳର ସୌମ୍ୟାପ୍ରିୟଦର୍ଶିନୀ ବାରିକ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଳିତ ବର୍ଷ ଶତକଡା 97.6 ନମ୍ବର ରଖି ସଫଳତା ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ ସୌମ୍ୟାପ୍ରିୟଦର୍ଶିନୀ ଯାଜପୁର ରୋଡ଼ରେ ଥିବା ଏକ୍ସସେଲସିଓର ଆବାସିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଥିଲେ l ତାଙ୍କ ପିତାଙ୍କ ନାମ ସୁଶାନ୍ତ କୁମାର ବାରିକ ଏବଂ ମାତାଙ୍କ ନାମ ତିଳତ୍ତମା ବାରିକ ଅଟେ। ଏହି ସଫଳତା ପଛରେ ପିତା ମାତାଙ୍କର ଦିଗଦର୍ଶନ, ସଦୁପଦେଶ ଓ ଆଶିର୍ବାଦ ରହିବା ସହିତ ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କର ସୁମାର୍ଗପ୍ରଦର୍ଶନ ଏବଂ ଅଧ୍ୟାପକ/ଅଧ୍ୟାପିକା ମାନଙ୍କର ସହଯୋଗର ହାତ ରହିଛି ବୋଲି ସୌମ୍ୟାପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି। ଏହା ସହିତ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

10
818 views

Comment