logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହାତୀ ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତା ବୈଠକ ଅନୁଷ୍ଠିତ।

ହାତୀ ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତା ବୈଠକ ଅନୁଷ୍ଠିତ।

ଚମ୍ପୁଆ -୨୨/୦୫ (ଖଣ୍ଡାଧାର ନିଉଜ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇଡଲ ଡେଭଲପମେଣ୍ଟ ଏଜେନ୍ସି ଓ ଚମ୍ପୁଆ ବନ ବିଭାଗ ବାଲିବନ୍ଧ ସେକ୍ସନର ବନପାଳଙ୍କ ନିର୍ଦ୍ଦେଶ କ୍ରମେ ଝୁମ୍ପୁରା ବ୍ଳକ୍ ଚଉଠିଆ ପଞ୍ଚାୟତ ଅନ୍ତର୍ଗତ ମଣନ୍ଦା ଗ୍ରାମରେ ହାତୀ ମଣିଷ ଲଢେଇ ର ପ୍ରଶମନ ପାଇଁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନପାଳ ରାଜେନ୍ଦ୍ର ଜେନାଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ହାତୀ ମଣିଷ ଲଢେଇ ପ୍ରଶମନ ପାଇଁ ଅନୁଷ୍ଠିତ ବୈଠକରେ ୱlଡ୍‌ମେମ୍ବର ଲଲାଟ ବେଣ୍ଟକାର ସଭାପତିତ୍ଵ କରିଥିଲେ। ଆଇଡଲ୍ ଡେଭଲମେଣ୍ଟ ଏଜେନ୍ସି ତରଫରୁ ହାତୀ ମଣିଷର ଲଢେଇର ଡେଭଲପମେଣ୍ଟ ଅଧିକାରୀ ଶ୍ରୀମତୀ ଯମୁନା ମହାନ୍ତ ସଚେତନତା ବିଷୟରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହା ସହିତ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ଦ୍ଵାରା ପ୍ରସ୍ତୁତ ମାର୍ଗଦର୍ଶିକା ପୁସ୍ତକ ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ। ରଜନୀ ବେଣ୍ଟକାର, ସୌଦାମିନୀ ବେଣ୍ଟକାର, ଗାୟତ୍ରୀ ବେଣ୍ଟ କାର, ଲଲାଟ ବେଣ୍ଟକାର,ଶବର ବେଣ୍ଟ କାର ପ୍ରମୁଖ ହାତୀ ଦ୍ଵାରା କ୍ଷୟକ୍ଷତି ତଥା ପନି ପରିବା ଚାଷ ଫସଲ ଉଜାଡି ଦେବା, ମଣିଷ ମାରିବା ଆଦି ବିଷୟ ଚର୍ଚ୍ଚା କରିଥିଲେ। ଶେଷରେ ନିଷ୍ପତ୍ତି ହେଲା ଯେ ଶାନ୍ତ ହାତୀଙ୍କୁ ଅଶାନ୍ତ ନ କରି ସହବସ୍ଥାନ କରିବାକୁ ଗ୍ରାମ ତଥା ଅଞ୍ଚଳବାସୀ ଚେଷ୍ଟାକରିବେ। ହାତୀ ଗ୍ରାମକୁ ଆସିଲେ ତୁରନ୍ତ ବନବିଭାଗକୁ ଖବର ପଠାଇବେ। ଏହି ସଚେତନତା କାର୍ଯ୍ୟକ୍ରମରେ ଜନ ସାଧାରଣ ସ୍ଵତ ପ୍ରବୁତ ଭାବେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା l ବୈଠକରେ ୩୦ ରୁ ଉର୍ଦ୍ଧ ପୁରୁଷ, ମହିଳା ଜନସାଧାରଣ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
808 views

Comment