logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଟେଇ ଜଙ୍ଗଲ ରୁ ମୃତ ହରିଣ ଉଦ୍ଧାର।

ଅଟେଇ ଜଙ୍ଗଲ ରୁ ମୃତ ହରିଣ ଉଦ୍ଧାର।

ପାଟଣା-୨୧/୦୫, ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡୋ ବିଟ ଘାଟବାଲିଯୋଡି ଅଟେଇ ଜଙ୍ଗଲ ରୁ ଆଜି ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏକ ମୃତ ହରିଣକୁ ଉଦ୍ଧାର କରାଯାଇଛି। ବନରକ୍ଷୀ ଦୀପକ ସ୍ୱାଇଁ ଓ ପାରାକର୍ମଚାରୀ ମାନେ ଜଙ୍ଗଲ ରେ ପେଟ୍ରୋଲିଂ କରୁଥିବା ସମୟରେ ଏହା ଜଣା ପଡିଥିଲା। ମୃତ ହରିଣ କୁ ବନାଞ୍ଚଳ କାର୍ଯ୍ୟାଳୟ କୁ ଅଣାଯିବା ପରେ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଅମିତାଂଶୁ ବିଶ୍ୱାଳ ଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ କରା ଯାଇଥିଲା। ପରେ କାର୍ଯ୍ୟାଳୟ ପଛ ପଟେ ମୃତ ହରିଣକୁ ପୋତି ଦିଆଯାଇଛି। କେଉଁ କାରଣରୁ ହରିଣଟିର ମୃତ୍ୟୁ ହେଲା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବନରକ୍ଷୀ ଦୀପକ ସ୍ବାଇଁ ସୂଚନା ଦେଇଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
775 views

Comment