କେନ୍ଦୁଝରଗଡ ସ୍ଥିତ ନରଣପୁର ଠାରେ କାଳବୈଶାଖୀ ଏବଂ ଘୁର୍ଣ୍ଣିଝଡ଼ରେ ତିନି ମୃତ ଏବଂ ଜଣେ ଗୁରୁତର!
କେନ୍ଦୁଝରଗଡ ସ୍ଥିତ ନରଣପୁର ଠାରେ କାଳବୈଶାଖୀ ଏବଂ ଘୁର୍ଣ୍ଣିଝଡ଼ରେ ତିନି ମୃତ ଏବଂ ଜଣେ ଗୁରୁତର!
କେନ୍ଦୁଝରଗଡ:୨୧/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ସହର ନିକଟସ୍ଥ ନରଣପୁର ଠାରେ ଆଜି ଅପରାହ୍ନ ତିନି ଘଟିକା ସମୟରେ କାଳବୈଶାଖୀ ଏବଂ ପ୍ରବଳ ଘୁର୍ଣ୍ଣିଝଡ଼ ହେବାଯୋଗୁ ଟେଣ୍ଟ ଘରେ କାମ କରୁଥିବା ତିନିଜଣ ବ୍ୟକ୍ତିଙ୍କର ମୃତୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହେଇଛନ୍ତି। ଏହି ଦୁଖଦାୟକ ଘଟଣା କେନ୍ଦୁଝର ସହରରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିଜସ୍ବ ସଦର ନିର୍ବାଚନ ମଣ୍ଡଳୀ ର ଏପରି ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଘଟିବା ସମ୍ପର୍କରେ ସୂଚନା ପାଇ ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇବା ସହିତ ମ୍ରୃତ୍ୟୁ ପ୍ରାପ୍ତ ହୋଇଥିବା ବ୍ଯକ୍ତିଙ୍କ ପରିବାରର ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚାରିଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।