କେନ୍ଦୁଝର ଜିଲ୍ଲା ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।
କେନ୍ଦୁଝର ଜିଲ୍ଲା ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।
*ଦଳ,ସଂଗଠନକୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ : ଶ୍ରୀ ମନମୋହନ ସାମଲ *
ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ: ମନମୋହନ ସାମଲ
ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ
କେନ୍ଦୁଝର, ତା.୧୯/୦୫: କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ଡିମ୍ବୋ ପଞ୍ଚାୟତ ର କେଏସଇ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ର ଉଦଘାଟନି କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବୋଧନ କଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି କାର୍ଯ୍ୟକର୍ତା ଆଧାରିତ ଜାତୀୟତାବାଦୀ ଦଳ। “ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ”। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ। ଏହି ପ୍ରଶିକ୍ଷଣ ଶିବିରରୁ ଅଧିକରୁ ଅଧିକ ଜ୍ଞାନ ଲାଭ ନେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି।
କେନ୍ଦୁଝର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ,ତେଲକୋଇ ବିଧାୟକ ଡ଼ା. ଫୋକିର ମୋହନ ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ,ବର୍ଗ ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ସହପ୍ରଭାରୀ ସଞ୍ଜୟ କୁମାର ରଥ,ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ର ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢ଼ୀ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ବିଜେପି ଉପସଭାପତି ରମେଶଚନ୍ଦ୍ର ସାହୁ, ରାଜ୍ୟ ପ୍ରବକ୍ତା ଡ଼. ପ୍ରଶାନ୍ତ କୁମାର ସାହୁ, ରାଜ୍ୟ ସମ୍ପାଦିକା ମମତା ସିଂହ ପ୍ରମୁଖ ମଞ୍ଚାସିନ ହୋଇ ସାତଟି ସତ୍ର ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ। ବର୍ଗ ପ୍ରମୁଖ ବିବେକାନନ୍ଦ ମହାନ୍ତ ଉଦଘାଟନୀ ସତ୍ରର ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।