ପାଟଣା ସରକାରୀ ବସ୍ ଷ୍ଟାଣ୍ଡ ଯାତ୍ରୀ ପ୍ରତୀକ୍ଷାଳୟରେ ବିଦ୍ୟୁତ ପଙ୍ଖା ଅଚଳ, ପ୍ରବଳ ଗରମ ରେ ଯାତ୍ରୀ ହନ୍ତସନ୍ତ।
ପାଟଣା ସରକାରୀ ବସ୍ ଷ୍ଟାଣ୍ଡ ଯାତ୍ରୀ ପ୍ରତୀକ୍ଷାଳୟରେ ବିଦ୍ୟୁତ ପଙ୍ଖା ଅଚଳ, ପ୍ରବଳ ଗରମ ରେ ଯାତ୍ରୀ ହନ୍ତସନ୍ତ।
ପାଟଣା-୧୯/୦୫ (ଖଣ୍ଡାଧାର ନିଉଜ) ଗତ ବିଜେଡି ସରକାର ସମୟରେ ପାଟଣା ବ୍ଲକ ମୁଖ୍ୟାଳୟ ସାଧୁପଡା ଠାରେ ସରକାରଙ୍କ ପକ୍ଷରୁ ଯେଉଁ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା, ସେଥିରେ ଲାଗିଥିବା ବିଦ୍ୟୁତ ଉପକରଣ ବର୍ତ୍ତମାନ ଅଚଳ ହୋଇ ପଡିଛି। ଏବେ ଭୀଷଣ ଖରା ଯୋଗୁଁ ପ୍ରବଳ ଗରମ ହେଉ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଦୂର ଦୁରାନ୍ତ କୁ ଯାଉଥିବା ଓ ଆସୁଥିବା ଯାତ୍ରୀ ମାନେ ବସ୍ ଷ୍ଟାଣ୍ଡ ରେ ଅପେକ୍ଷା କରୁଥିବା ବେଳେ ଥଣ୍ଡା ପବନ ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି। ବସ୍ ଷ୍ଟାଣ୍ଡ ଯାତ୍ରୀ ପ୍ରତୀକ୍ଷାଳୟରେ ରେ ନିମ୍ନ ମାନର ପଙ୍ଖା ଲାଗି ଥିବାରୁ କେଇଟା ବର୍ଷ ପରେ ଏଠାରେ ଲାଗିଥିବା ବିଜୁଳି ପଙ୍ଖା ଗୁଡିକ ଅଚଳ ହୋଇ ପଡିଛି। ବ୍ଲକର ବିଭିନ୍ନ ଗାଁ ରୁ ବ୍ଲକ, ତହସିଲ, ସିଡିପିଓ ଅଫିସ ଆସୁଥିବା ଲୋକେ ଅପେକ୍ଷା ରତ ଯାତ୍ରୀ ପ୍ରତୀକ୍ଷାଳୟରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଅଛି। ତୁରନ୍ତ ମରାମତି ସମସ୍ୟାର ସମାଧାନ କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।