logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଲିମେଳାରେ ଚାରି କୋମନ କ୍ରାଇଟ ସାପ ଅଣ୍ଡା ଉଦ୍ଧାର

କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳା ବନଖଣ୍ଡ ଅଧୀନ ଶାଳବାଗନ ସାହିର ସୁମନ୍ତ ମଣ୍ଡଳଙ୍କ ଘରକାମ ପାଇଁ ରଖା ଥିବା ଚିପ୍ସ ଭିତରୁ ଚାରିଟି କୋମନ କ୍ରାଇଟ ପ୍ରଜାତିର ସାପ ଅଣ୍ଡା ଉଦ୍ଧାର ହୋଇଛି। ସୁମନ୍ତ ମଣ୍ଡଳ କୋଦାଳରେ ଚିପ୍ସ କୁ ତାଡି କାଡିବା ସମୟ ଅଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡିଆ ହେବା ପରେ ସାପ ଛୁଆ ଦେଖି ସାହିର ରାକେଶ ହାଲଦାରଙ୍କୁ ଖବର ଦେଇଥିଲେ।

ରାକେଶ ହାଲଦାର ଘୋଟଣା ସ୍ଥଳକୁ ଯାଇ ଅଣ୍ଡାଗୁଡ଼ିକୁ ଉଦ୍ଧାର କରିବା ସମୟ ଗର୍ଭାବସ୍ଥାରେ ଥିବା ଗୋଟିଏ ସାପ ଛୁଆ ସୁରକ୍ଷିତ ବାହାର କରିଥିଲେ। ଏହି ସାପ ଓ ଅଣ୍ଡାଗୁଡ଼ିକୁ କାଲିମେଳା ବନଭିଭାଗକୁ ହସ୍ଥାନ୍ତର କରାଯାଉଛି। ତିନିଟି ନୂଆ ସାପ ଛୁଆ ଜନ୍ମ ନେଇଛି ଏବଂ ଏହି ପ୍ରଜାତିର ସାପ କାଲିମେଳା ଅଞ୍ଚଳରେ ଅତ୍ୟନ୍ତ କମ୍ ଦେଖାଯାଏ ବୋଲି ରାକେଶ ହାଲଦାର ଜଣାଇଛନ୍ତି।

55
2143 views

Comment