ଖଡିଆଳରେ 2026 ମହୋତ୍ସବ ଆୟୋଜନ ଘୋଷଣା
ନୂଆପଡା ଜିଲ୍ଲା: କୋମନା ବ୍ଲକର ଜ୍ୟୋତିର୍ବିଦ ସଂଘର ସଭାପତି ନିଳକଣ୍ଠ ରଣା ଓ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ଛତ୍ରିଆ ଅଖିଳ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ର, ଖଡିଆଳ କାର୍ଯ୍ୟାଳୟର ପୂର୍ବତନ ସମ୍ପାଦକଙ୍କ ପକ୍ଷରୁ କୋମନା ବ୍ଲକର ସମସ୍ତ ଜ୍ୟୋତିର୍ବିଦମାନଙ୍କୁ ୨୦୨୬ ମହୋତ୍ସବ ଆୟୋଜିତ ହେବାର ସୂଚନା ଦିଆଯାଇଛି। ଏହି ମହୋତ୍ସବ ଖଡିଆଳ ସ୍ଥିତ ଉଗ୍ରସେନ ଭବନରେ ତା ୩୧ ମଇ ରବିବାର ହେବାକୁ ଧାର୍ଯ୍ୟ କରାଯାଇଛି।
ମହୋତ୍ସବରେ ଜ୍ୟୋତିଷ ଶାସ୍ତ୍ର, ବେଦିକ କର୍ମକାଣ୍ଡ ଓ ଧାର୍ମିକ ପରମ୍ପରା ସମ୍ବନ୍ଧୀୟ ବିଭିନ୍ନ ଆଲୋଚନାଚକ୍ର, ସମ୍ମାନ ସଭା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମେତ ବହୁ ଜ୍ୟୋତିଷବିଦ୍, କର୍ମକାଣ୍ଡୀ ବିଦ୍ୱାନ, ଗବେଷକ ଓ ଧର୍ମପ୍ରେମୀ ଭକ୍ତମାନଙ୍କର ସମାଗମ ହେବାକୁ ଆଶା କରାଯାଇଛି। ସଂଗଠନ ପକ୍ଷରୁ ସମସ୍ତଙ୍କୁ ମହୋତ୍ସବରେ ଯୋଗଦେବା ପାଇଁ ସାଦର ଆହ୍ୱାନ କରାଯାଇଛି।