ଚମ୍ପୁଆ ବନାଞ୍ଚଳରେ କାଠ ମାଫିଆ କାରବାର ଉପରେ ପ୍ରଶ୍ନଚିହ୍ନ
ଚମ୍ପୁଆ : ଚମ୍ପୁଆ ବନାଞ୍ଚଳରୁ ବେନିୟମ ଭାବେ କାଠ ଚୋରା ଚାଲାଣ ହେଉଥିବାରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର କଞ୍ଚନପୁର ଗ୍ରାମରେ ଅନେକ ଆଦିବାସୀ ଯୁବକ ହାତ କରି କାଠ ମାଫିଆଙ୍କ ପାଇଁ ଗଛ କାଟୁଛନ୍ତି ଏବଂ ଏହି କାଠକୁ ଟ୍ରକ ଦ୍ୱାରା ବାହାରକୁ ଚାଲାଣ କରାଯାଉଛି। ଏହି କାରବାର ପାଇଁ ବନ ବିଭାଗ ଓ ତହସିଲର ଭୂମିକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଜଣାଇଯାଇଛି।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ସାଧାରଣ ଲୋକ ଯେତେବେଳେ ନିଜ ପଟା ଜାଗାରୁ କୌଣସି ଗଛ କାଟିବାକୁ ଚେଷ୍ଟା କରନ୍ତି, ବନ ବିଭାଗ ଅଧିକାରୀମାନେ ଅନେକ ଆଇନ ପଢ଼ାଇ ଅବରୋଧ ସୃଷ୍ଟି କରନ୍ତି। ତଥାପି, ଦୀର୍ଘ ସମୟ ବର୍ଷ ଧରି କାଠ ମାଫିଆଙ୍କ ପାଇଁ ଏଭଳି କାରବାର ଚାଲିବା ସହ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଚମ୍ପୁଆ ବନପାଳ ଜ୍ୟୋତିରୁପା ପାଣି ଏବଂ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିୟାଙ୍କ ଦୃଷ୍ଟିରେ କୌଣସି ଅନୁମତି ଦିଆଯାଇନଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳବାସୀ ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।