ବରଗଡ଼ ଶବବାହକ ଚାଳକଙ୍କ ଅବହେଳା ଅଭିଯୋଗ, ଶୋକାକୁଳ ପରିବାର ହେଲେ ହଇରାଣ
ବରଗଡ଼ ଶବବାହକ ଚାଳକଙ୍କ ଅବହେଳା ଅଭିଯୋଗ, ଶୋକାକୁଳ ପରିବାର ହେଲେ ହଇରାଣ
ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ରେ ସରକାରୀ ସେବାର ଅବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଏକ ମୃତଦେହକୁ ଘରକୁ ନେବା ପାଇଁ ଆସିଥିବା ପରିବାର ଲୋକେ ଶବବାହକ ଗାଡ଼ି ଥିବା ସତ୍ତ୍ୱେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଡିଉଟିରେ ଥିବା ସବବାହକ ଗାଡ଼ି ଚାଳକ ସେତେବେଳେ ହସ୍ପିଟାଲରେ ଉପସ୍ଥିତ ନଥିଲେ। ପରେ ଫୋନ୍ ଯୋଗେ ଯୋଗାଯୋଗ କରାଯିବା ପରେ ସେ ଘରେ ଥିବା କଥା ଜଣାପଡ଼ିଥିଲା। ଫଳରେ ମୃତକଙ୍କ ପରିବାର ଲୋକେ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ ପରିସରରେ ଅସହାୟ ଅବସ୍ଥାରେ ଅପେକ୍ଷା କରିଥିଲେ।
ଶେଷରେ କୌଣସି ସହାୟତା ନମିଳିବାରୁ ପରିବାର ଲୋକେ ନିଜ ଖର୍ଚ୍ଚରେ ଏକ ପ୍ରାଇଭେଟ ଗାଡ଼ି ଭଡା କରି ମୃତଦେହକୁ ଘରକୁ ନେବାକୁ ବାଧ୍ୟ ହୋଇଥିଲେ।