logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲୁଲ୍ଲା ପଞ୍ଚାୟତରେ ୪୭ଜଣଙ୍କ ଚକ୍ଷୁ ପରୀକ୍ଷା,ଦଶମନ୍ତପୁର,କୋରାପୁଟ

କୋରାପୁଟ,୧୮/୦୫:ରାଜ୍ୟ ସରକାରଙ୍କ 'ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା'ରେ ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ସଦର ମହକୁମା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏକ ଚକ୍ଷୁ ପରୀକ୍ଷା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ଭ୍ରାମ୍ୟମାଣ ଦୃଷ୍ଟିକେନ୍ଦ୍ର ପକ୍ଷରୁ ହୋଇଥିବା ଶିବିରରେ ଲୁଲ୍ଲା ପଞ୍ଚାୟତର ବିଭିନ୍ନ ଗ୍ରାମର ୪୭ଜଣ ବ୍ୟକ୍ତି ଯୋଗଦେଇ ଚକ୍ଷୁ ପରୀକ୍ଷା କରାଇଥିଲେ।ସେଥି ମଧ୍ୟରୁ ୨୫ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ଦୃଷ୍ଟିଦୋଷ ଥିବା ୫ଜଣଙ୍କର ଚଷମା ପରୀକ୍ଷା ହୋଇଥିଲା।ଅନ୍ୟ ଜଣେ ଦୃଷ୍ଟିଦୋଷ ଥିବା ବ୍ୟକ୍ତିଙ୍କୁ କୋରାପୁଟ ରେଫର୍ କରାଯାଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ଚାଳିଶିଆ ଦୃଷ୍ଟିଦୋଷ ଥିବା ୫ବ୍ୟକ୍ତିଙ୍କୁ ଚଷମା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି।ଶିବିରରେ ଚକ୍ଷୁ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ସମସ୍ତଙ୍କର ରକ୍ତଚାପ ଓ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା।ଦଶମନ୍ତପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ଦୀପ୍ତିକାନ୍ତ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ଚକ୍ଷୁ ପରୀକ୍ଷା କରିଥିଲେ।ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରିଣୀ ଲିଜାସ୍ମିତା ପରିଡ଼ା ଉପସ୍ଥିତ ରହି ପରିଚାଳନା କରିଥିଲେ।ବିପିଏମ ସମୀର କୁମାର ତ୍ରିପାଠୀ ଓ ପିଏଚଇଓ ଜୟରାମ ବିଷୋୟୀଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ବରିଷ୍ଠ ଫାର୍ମାସୀ ଅଧିକାରୀ ଲଳିତ ମୋହନ ବିଷୋୟୀ ସହଯୋଗ କରିଥିଲେ।ଆଶାକର୍ମୀ କବିତା ବିଶୋଇ,ବାସନ୍ତି ବିଶୋଇ,ସରୋଜିନୀ ସାହୁ,ହେମଲତା ଲମତା,ସାନ୍ଦ ସାଉନ୍ତା,ଇନ୍ଦ୍ର ଜାନି,ପଦ୍ମିନୀ ଗୌଡ଼,ବବିତା ଗରଡ଼ା ଓ ଫହଲା ସାଉନ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

3
21 views

Comment