logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏସ ଆଇ ଆର୨୦୨୬ ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

ଦେବଗଡ଼, ତା. ୧୮.୦୫.୨୦୨୬ ରିଖ :- ଦେବଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଏସ ଆଇ ଆର୨୦୨୬ (ସ୍ବତନ୍ତ୍ର ସଘନ ସଂଶୋଧନ) କାର୍ଯ୍ୟକ୍ରମ ସନ୍ଦର୍ଭରେ ସ୍ଵିକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ପରକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ସୂଚନା ଅନୁଯାୟୀ, ଏସ ଆଇ ଆର୨୦୨୬ ପାଇଁ ୦୧ ଜୁଲାଇ ୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହି ତାରିଖ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ସମସ୍ତ ଭାରତୀୟ ନାଗରିକ ମତଦାତା ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମୁଖ୍ୟ କାର୍ଯ୍ୟସୂଚୀ:
୩୦ ମଇ ରୁ ୨୮ ଜୁନ ୨୦୨୬: ଘରେ ଘରେ ଯାଇ ବିଏଲଓମାନଙ୍କ ଦ୍ୱାରା ସର୍ଭେ ୨୮ ଜୁନ ୨୦୨୬: ମତଦାନ କେନ୍ଦ୍ର ପୁନର୍ବିନ୍ୟାସ ୦୫ ଜୁଲାଇ ୨୦୨୬: ଚିଠା ଭୋଟର ତାଲିକା ପ୍ରକାଶ ୦୫ ଜୁଲାଇ ୦୪ ଅଗଷ୍ଟ: ଦାବି ଓ ଆପତ୍ତି ଦାଖଲ ୦୨ ସେପ୍ଟେମ୍ବର ୨୦୨୬: ଆପତ୍ତି ନିରାକରଣ ୦୬ ସେପ୍ଟେମ୍ବର ୨୦୨୬: ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଏହି ସଂଶୋଧନ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାର ୩୩୮ ଜଣ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ ଓ ପରିଗଣନା ଫର୍ମ ବଣ୍ଟନ କରିବେ। ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପୂର୍ବମୁଦ୍ରିତ ଫର୍ମ ଦିଆଯିବ ଓ ତାହାର ଗୋଟିଏ ନକଲ ରସିଦ ଭାବେ ଫେରାଇ ଦିଆଯିବ। ଅନ୍ୟପଟେ, ଭୋଟରମାନେ ଚାହିଲେ ନିର୍ବାଚନ କମିଶନଙ୍କ ପୋର୍ଟାଲରୁ ଫର୍ମ ଡାଉନଲୋଡ୍ କରି ଅନଲାଇନ୍ ଅପଲୋଡ୍ କରିପାରିବେ। ନୂତନ ଭୋଟର ପଞ୍ଜୀକରଣ ପାଇଁ ବିଏଲଓମାନେ ଫର୍ମ୬ ଯୋଗାଇଦେବେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୭୬ ଜଣ ବିଏଲଏ ନିଯୁକ୍ତ ହୋଇଛନ୍ତି। ବୈଠକରେ ସହାୟକ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ ରେଖା ମହାନ୍ତ, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସୌମିତ୍ରୀ ପ୍ରସାଦ ଦେହୁରୀ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

0
0 views

Comment