logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁନାବେଡ଼ାର ଭଞ୍ଜ ସଂସଦର 'କାବ୍ଯାଞ୍ଜଳି'କାର୍ଯ୍ୟକ୍ରମ ଅନୁଷ୍ଠିତ।ସୁନାବେଡ଼ା,କୋରାପୁଟ,ଓଡିଶା,ତା୧୭/୫/୨୬

ଭଞ୍ଜ ସଂସଦ ପକ୍ଷରୁ ' କାବ୍ୟାଞ୍ଜଳି ' କାର୍ଯ୍ୟକ୍ରମ ଆୟୋଜିତ।

ଦାମନଯୋଡି:-୧୭/୫ ତା୧୮/୦୫/୨୬(ନି.ପ୍ର)ସୁନାବେଡା ସହରାଞ୍ଚଳ ସ୍ଥିତ ଭଞ୍ଜ ସଂସଦ ପକ୍ଷରୁ ସ୍ଥାନୀୟ ଭଞ୍ଜ ମଣ୍ଡପ ଠାରେ ସାରସ୍ୱତ ସମାରୋହ 'କାବ୍ୟାଞ୍ଜଳି ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭଞ୍ଜ ସଂସଦର ସଭାପତି ସଞ୍ଜୟ କୁମାର ବିଷୋୟୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ର ପ୍ରାଧ୍ୟାପକ ଡଃ ପ୍ରଦୋଷ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁନାବେଡା ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଉଷାରାଣୀ ଦାଶ ସମ୍ମାନୀତ ଅତିଥି ଏବଂ ବିଶିଷ୍ଠ ସାହିତ୍ୟିକା ଡଃ ବିଦ୍ୟୁତ ପ୍ରଭା ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବି ସୂର୍ଯ୍ୟ ବଳଦେବ ରଥ ଙ୍କ କାଳ ଜୟୀ ସାହିତ୍ୟ ଓଡ଼ିଆ ଭାଷା ଓ ସାହିତ୍ୟ କୁ ରୁଦ୍ଧିମନ୍ତ କରିଛି ବୋଲି ମତ ପ୍ରକାଶ କରିଥିଲେ। ସଂସଦର ସାଧାରଣ ସମ୍ପାଦକ ସୁଦାମ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଦଣ୍ଡପାଣି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସର କୁ ଡଃ ଅଶୋକ କୁମାର ମହାନ୍ତି, ନିବେଦିତା ହରିଚନ୍ଦନ, ମଞ୍ଜୁତାଞ୍ଜଳି ସ୍ୱାଇଁ ସଂଯୋଜନା କରିଥିଲେ। ଏଥିରେ ତିରିଶରୁ ଉର୍ଦ୍ଧ୍ବ କବି ଓ କବିୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ସମାରୋହ ର ସାନ୍ଧ୍ୟ କାଳୀନ ଅଧିବେଶନ ରେ ବହୁ ପ୍ରତିକ୍ଷିତ ନାଟକ "ବୋହୂ ରୀଲ୍ସ୍ ବାଲି" ମଞ୍ଚସ୍ଥ ହୋଇଥିଲା। ଗଞ୍ଜାମ ଭାଷାର ପ୍ରସାର ଓ ପ୍ରଚାର ଲକ୍ଷ୍ୟରେ ଅମର ବାଡତ୍ୟା ଏହାର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। "ବୋହୂ ରୀଲ୍ସ ବାଲି" ର କଳାକାରଙ୍କ ନିଖୁଣ ଅଭିନୟ ସମସ୍ତ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଘ୍ନେଶ ପ୍ରସାଦ ମିଶ୍ର, ସାଂଗଠନିକ ସମ୍ପାଦକ ଜୀତେନ୍ଦ୍ର ସେନାପତି, ସାହିତ୍ୟ ସମ୍ପାଦକ ମନୋଜ ପାତ୍ର, ବିଜୟ ପାତ୍ର, ଭାନି ପ୍ରସାଦ ନନ୍ଦ, ସଞ୍ଜୟ ନାୟକ, ରବୀନ୍ଦ୍ର ପ୍ରଧାନ,ଶଙ୍କର୍ଷଣ ବିଷୋୟୀ, ରାମକୃଷ୍ଣ ସାହୁ, ଧୀରେନ୍ ସାମଲ, ଅବିନାଶ ବେହେରା, ପ୍ରଭାତ ସେଠୀ, ଦେବିପ୍ରସାଦ ଖାଡେଙ୍ଗା, ରାଜେନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର ବିଶ୍ଵାଳ, ରତ୍ନାକର , ଦୋଳ ଗୋବିନ୍ଦ,ଉମେଶ, ପ୍ରଭାତୀ ଗୌଡ଼, କୃଷ୍ଣ ସ୍ୱାଇଁ, କ୍ରୀତ୍ତିକା ବାଡତ୍ୟା, ଦୀପ୍ତି ବେହେରା,ସମୀର ରାଉତ, ନାରାୟଣ ମାର୍ଥା, ସିମାଞ୍ଚଳ ମହାରଣା ପ୍ରମୁଖ ଉପସ୍ଥିତ ରହି କାବ୍ୟାଞ୍ଜଳୀ ୨୦୨୬ ମହା ସମାରୋହକୁ ପରିଚାଳିତ କରିଥିଲେ।

34
1255 views

Comment