ଜ୍ୟୋତିଷ ବିଷାରଦ ଓ ଷ୍ଟେଟ ବ୍ୟାଙ୍କ ପରିଚାଳକ ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସ୍ମୁତି ଉଦେଶ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।
ଜ୍ୟୋତିଷ ବିଷାରଦ ଓ ଷ୍ଟେଟ ବ୍ୟାଙ୍କ ପରିଚାଳକ ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସ୍ମୁତି ଉଦେଶ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁଝର:୧୮/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝରଗଡ ପୁରୁଣା ସହରର ଅଗ୍ରଣୀ ଅନୁଷ୍ଠାନ ଘୁଙ୍ଗୁରୁ କ୍ଲବ ଏବଂ ବରିଷ୍ଟ ନାଗରିକ ମଞ୍ଚର ମିଳିତ ସହଯୋଗରେ ସ୍ବର୍ଗତଃ ଯୋଗେନ୍ଦ୍ରନାଥ ଦାସଙ୍କ ସ୍ମୁତି ଉଦେଶ୍ୟରେ ଘୁଙ୍ଗୁରୁ କ୍ଲବ ପରିସରରେ ଏକ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମଞ୍ଚ ସଭାପତି ସରୋଜ କୁମାର ରଣା ଏବଂ କ୍ଲବ ସମ୍ପାଦକ ତଥା ଆଡଭୋକେଟ ସନ୍ତୋଷ କୁମାର ଦାସ ମିଳିତ ଭାବେ ସ୍ୱାସ୍ଥ୍ୟ ଶିବିରଟିକୁ ଉଦଘାଟନ କରିଥିଲେ। କେନ୍ଦୁଝର କୋପରେଟିଭି ସଙ୍ଘର ସଭାପତି କାନନ ବିହାରୀ ପହି, ବରିଷ୍ଟ ନାଗରିକ ମଞ୍ଚର ସମ୍ପାଦକ ନିମାଇଁ ଦାଶ, ବିପ୍ରରଞ୍ଜନ ମିଶ୍ର, ରୟା ଦାସ, ଅଫଜଲ ଖାନ, ଏକ ନମ୍ବର ୱାର୍ଡର କାଉନସିଲର ଶରତ କୁମାର ସାହୁ କ୍ଲବର ଉପସଭାପତି ମାନସ କୁମାର ଜେନା, କର୍ଣ୍ଣାଟ କେଶରୀ ଜେନା ସମାଜସେବି ତଥା ଗାନ୍ଧୀବିଚାର ମଞ୍ଚର ସଭାପତି ଭକ୍ତବତ୍ସଳ ମହାନ୍ତି, ସାମ୍ବାଦିକ ସତ୍ୟଜିତ ମିଶ୍ର ପ୍ରକାଶ କୁମାର ଦାସ ଙ୍କ ସମେତ କେନ୍ଦୁଝର ସହରର ବହୁ ବ୍ୟକ୍ତିବିଶେଷ ସ୍ଵାସ୍ତ୍ୟ ପରୀକ୍ଷା କରିଥିଲେ। ଡକ୍ଟର ସମ୍ବିତ ପାଲ ଲୋକମାନଙ୍କର ଡାଇବେଟିସ ଉଚ୍ଚରକ୍ତଚାପ ଓ ଅନ୍ୟାନ୍ୟ ରୋଗ ବାବଦରେ ପ୍ରାୟତଃ ୮୫ ଜଣକୁ ପରୀକ୍ଷା କରିଥିଲେ। ପରିଶେଷରେ ସ୍ବର୍ଗତ ଦାସଙ୍କ ସୁପୁତ୍ର ପ୍ରକାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶିବିର ପରିଚାଳନାକୁ ବିରାମ ଦେଇଥିଲେ। ସୂଚନା ଯୋଗ୍ୟଯେ ଆଜି ସକାଳ ଆଠ ଘଟିକା ସମୟରୁ ଦିନ ଦୁଇ ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଶ୍ରୁଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତିଷ ବିଷାରଦ ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସ୍ମୁତି ଉଦ୍ଦେଶ୍ଯ ରେ ଆୟୋଜିତ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମର ଆୟୋଜକ ଙ୍କୁ ଜନସାଧାରଣଙ୍କ ଦ୍ବାରା ପ୍ରଶଂସା କରାଯାଇଛି।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।