logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅନାଥ ଶିଶୁଙ୍କ ଶୁଦ୍ଧିକ୍ରିୟା ସହାୟତା ର ହାତ ବଢାଇଲା କେନ୍ଦୁଝର ଫିଲ୍ମ ଏକାଡେମୀ।

ଅନାଥ ଶିଶୁଙ୍କ ଶୁଦ୍ଧିକ୍ରିୟା ସହାୟତା ର ହାତ ବଢାଇଲା କେନ୍ଦୁଝର ଫିଲ୍ମ ଏକାଡେମୀ।

କେନ୍ଦୁଝର: ୧୭/୦୫ (ଖଣ୍ଡାଧାର ନିଉଜ) ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର ଦୁଆରଶୁଣି ଗାଁ ର ଅନାଥ ଶିଶୁଙ୍କ ଖବର ପ୍ରକାଶିତ ପରେ ସହାୟତାର ହାତ ବଢ଼ାଇଛି ନବଗଠିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କେନ୍ଦୁଝର ଫିଲ୍ମ ଏକାଡେମୀ। ବାପା ମାଆ ଛେଉଣ୍ଡ ପିଲାଙ୍କ ଦୁଃଖକୁ ହୃଦୟଙ୍ଗମ କରି ଶୁଦ୍ଧକର୍ମ ଓ ବର୍ତ୍ତମାନ ଚଳଣି ନିମନ୍ତେ ଆବଶ୍ୟକ ପୋଷାକ, ଖାଦ୍ଯ ସାମଗ୍ରୀ,ଜଳଖିଆ ପାଇଁ ଚୂଡା ଗୁଡ, ବିସ୍କୁଟ,କଦଳୀ ,ମୁଢି ଇତ୍ୟାଦି ପ୍ରଦାନ କରିଛନ୍ତି। ରବିବାର ସକାଳୁ କେନ୍ଦୁଝର ଫିଲ୍ମ ଏକାଡେମୀର ସଦସ୍ଯ ରାଜେଶ କୁମାର ରଣା, ଦେବବ୍ରତ ପାଢୀ, ରାଜଶ୍ରୀ ଭଦ୍ରା,ରାମଚନ୍ଦ୍ର ପତି,ଶୀତଳ ପତି, ମନୋଜ କୁମାର ପଟେଲ, ଆଶିଷ ରଥ, ସଭାପତି ଶ୍ରୀମତୀ ସ୍ମୃତି ବାନାର୍ଜୀ ସଂପାଦକ ଚିତ୍ତରଞ୍ଜନ ବିଶ୍ବାଳ, ଉପସଭାପତି ପଦ୍ମଲୋଚନ ଦଳେଇ ଓ ମାର୍ଗ ଦର୍ଶକ ଡଃ ମାନସ ରଞ୍ଜନ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଦୁଆରଶୁଣୀ ଗ୍ରାମକୁ ଆସି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସ୍ଵlନ୍ତନା ଦେବାସହ ସହାୟତା ପ୍ରଦାନ କରିଛନ୍ତି । ଏହି ମହତ କାମ କରି ବିପଦର ବନ୍ଧୁ ସାଜିଥିବା କେନ୍ଦୁଝର ଫିଲ୍ମ ଏକାଡେମୀକୁ ଅଞ୍ଚଳବାସୀ ପ୍ରଶଂସା କରିବାସହ ସାଧୁବାଦ ଜ୍ଞାପନ କରିଛନ୍ତି। (ମନୋଜ ପଟେଲଙ୍କ ରିପୋର୍ଟ)l

16
1294 views

Comment