logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶିଷ୍ଟ ସାରସ୍ବତ ସାଧକ, ସମାଜ ସେବୀ ଓ ସଂସ୍କାରକ ରାମଚନ୍ଦ୍ର ମହାନ୍ତଙ୍କ ପରଲୋକ।

ବିଶିଷ୍ଟ ସାରସ୍ବତ ସାଧକ, ସମାଜ ସେବୀ ଓ ସଂସ୍କାରକ ରାମଚନ୍ଦ୍ର ମହାନ୍ତଙ୍କ ପରଲୋକ।

ଭୁବନେଶ୍ବର -୧୭/୦୫ (ଖଣ୍ଡାଧାର ନିଉଜ) ମୟୁରଭଞ୍ଜ ର ଭୂମିପୁତ୍ର, ବିଶିଷ୍ଟ ଲେଖକ, ଐତିହାସିକ ଓ ଗବେଷକ ରାମଚନ୍ଦ୍ର ମହାନ୍ତ ଆଉ ଇହ ଜଗତରେ ନାହାନ୍ତି l ଦୀର୍ଘ ଦିନର ଅସୁସ୍ଥତା ପରେ ଏକାଅଶୀ ବର୍ଷ ବୟସରେ ସେ ରବିବାର ସକାଳ ପ୍ରାୟ ଛଅଟା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏବଂ ତାଙ୍କର ଦୀର୍ଘ କର୍ମମୟ ଓ ଘଟଣା ବହୁଳ ଜୀବନର ଯବନିକା ପଡି ଯାଇଛି l ମୟୁରଭଞ୍ଜ ଜିଲ୍ଲା ର ଚିତ୍ରଡାରେ ଜନ୍ମ ଗ୍ରହଣ କରିଥିବା ରାମଚନ୍ଦ୍ର ବାବୁ ଭୁବନେଶ୍ୱର ସ୍ଥିତ ଏ.ଜି ଅଫିସ'ର ପେନସନ ସେକସନରେ ଚାକିରୀ ଆରମ୍ଭ କରି ଏକଜୀକ୍ୟୁଟିଭ୍ ରେଙ୍କରେ ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ର ଗଜପତି ନଗରର ନିଜ ଘରେ ରହି ସାରସ୍ୱତ ସାଧନା, ଗବେଷଣା, ସମାଜ ସେବା ତଥା ସଂସ୍କାର ମୁଳକ କାର୍ଯ୍ୟରେ ନିଜକୁ ନିୟେlଜିତ କରିଥିଲେ l ଶିବାଜୀ ସାଂସ୍କୃତିକ ସଂଘର ସଂପାଦକ ରହି ସେ ଓଡିଶା ର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର,ଅନୁଗୋଳ, ଢେଙ୍କାନାଳ ଆଦି ଅଂଚଳ ରେ ନିଶା ନିବାରଣ, ଶିକ୍ଷା ଓ ସାହିତ୍ୟ ର ବିକାଶ ଦିଗରେ ବ୍ୟାପକ ଆନ୍ଦୋଳନ କରିଥିଲେ l ବିଶିଷ୍ଟ ସଂସ୍କାରକ, ଦାର୍ଶନିକ ସ୍ବାମୀ ନିର୍ଭୟାନନ୍ଦ ନିରଂଜନ ମହାରାଜ, କବି କୁଙ୍କୁମ ନବକିଶୋର, ସନ୍ଥକବି କଣ୍ଠରାମ ଦାସ ଓ ଯେlଗାଚାଯ୍ୟ କ୍ରୁଷ୍ଣଚନ୍ଦ୍ର ମୣଗରାଜଂକ ବିଚାର ଧାରାକୁ ଶିବାଜୀ ସାଂସ୍କୃତିକ ସଂଘର ପ୍ରତିଷ୍ଠାତା ସଂପାଦକ ଭାବେ ତଥା ଏହାର ମୁଖପତ୍ର "ଜାଗରଣ" ପତ୍ରିକାର ସଂପାଦକ ଭାବେ ପ୍ରଚାର ପ୍ରସାର କରି ଅନେକ ସାହିତ୍ୟ ଓ ସାହିତ୍ୟିକ ସ୍ରୂଷ୍ଟି କରି ଯାଇଛନ୍ତି l ତାଙ୍କ ଦ୍ବାରା ରଚିତ ପୁସ୍ତକ ମଧ୍ୟରେ "କିଏ ଆର୍ଯ ଦ୍ରାବିଡ଼ କିଏ ?, "ଭଗବାନ ବୁଦ୍ଧ", "କାଲିଫର୍ଣ୍ଆ ଡାଏରୀ (ଆମେରିକା ଚିଠି)", "ଭଗବାନ ମହାବୀର", "ସଂକଳିତ ସାଂସ୍କୃତିକ ପ୍ରବନ୍ଧ", "ସହଜ ନୁହଁଇ ରାଜନୀତି ପଥ", "ମଉଳା ଫୁଲ" ଆଦି ଅତି ଉପାଦେୟ ପୁସ୍ତକ ଅନ୍ୟତମ ; ଏବଂ ଏହି ଗ୍ରନ୍ଥ ଗୁଡିକୁ ଲେଖି ସେ ଓଡିଶା ର ବାଣୀ ଭଣ୍ଡାର କୁ ସମ୍ରୁଦ୍ଧ କରି ଯାଇଛନ୍ତି l ତାଙ୍କର ସାହିତ୍ୟ କୃତି ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସେ ସମ୍ବର୍ଦ୍ଧିତ ହେlଇଛନ୍ତି l ଶ୍ରୀ ମହାନ୍ତଂକୁ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ, କଳିଙ୍ଗ ପୁସ୍ତକ ମେଳା ସମ୍ମାନ ତଥା ରାଜ୍ୟ ସ୍ତରୀୟ "ସାହିତ୍ୟ ରତ୍ନ", "ପ୍ରବନ୍ଧ ଗୌରବ" ଓ "ପ୍ରଜ୍ଞା ବାରିଧି" ଭଳି ସମ୍ମାନ ପାଇଛନ୍ତି l ଚେନ୍ନାଇ ର ମର୍ଯାଦାସଂପନ୍ନ "ମଦର ଟେରେସା ସମ୍ମାନ" ମଧ୍ୟ ସେ ପାଇଛନ୍ତି l ଖଣ୍ଡାଧାର ସମ୍ବାଦ ଓ ଫିଚର ପତ୍ରିକା ର ସେ ଶୁଭେଛୁ ଓ ଦିଗଦର୍ଶକ ଥିଲେ l ଶିବାଜୀ ସାଂସ୍କୃତିକ ସଂଘର ଏକ କାଯ୍ୟକ୍ରମ ରେ ତାଙ୍କ ନିମିତ୍ତ ଦ୍ବି ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ବକ୍ତାଗଣ ତାଙ୍କ ଅମ୍ଳାନ ସ୍ମୃତି କୁ ନେଇ ଅଭିଭାଷଣ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। (ଡମ୍ବରୁଧର ମହାନ୍ତଙ୍କ ରିପୋର୍ଟ)।

16
1386 views

Comment