ରଙ୍ଗାମାଟିଆ ରେ ପୋଲ ନିର୍ମାଣ ପାଇଁ କଣ୍ଟ୍ରାକ୍ଟର ବସୁଧା ଯୋଜନା ପାନୀୟ ଜଳ ଯୋଜନା ର ପାଇପ କୁ ତାଡି କାଟିଲା:- ପାଞ୍ଚ ଟି ଗ୍ରାମର ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚିତ।
ରଙ୍ଗାମାଟିଆ ରେ ପୋଲ ନିର୍ମାଣ ପାଇଁ କଣ୍ଟ୍ରାକ୍ଟର ବସୁଧା ଯୋଜନା ପାନୀୟ ଜଳ ଯୋଜନା ର ପାଇପ କୁ ତାଡି କାଟିଲା:- ପାଞ୍ଚ ଟି ଗ୍ରାମର ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚିତ।
ଚମ୍ପୁଆ -୧୭/୦୫(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ମୁଖ୍ୟ ରାସ୍ତାରେ ଜଳ ସେଚନ ପ୍ରକଳ୍ପ ପାଇଁ ମୁଖ୍ୟ ରାସ୍ତାକୁ କଣ୍ଟ୍ରାକ୍ଟର ପୋଲ ନିର୍ମାଣ ପାଇଁ ରାସ୍ତା କୁ ଖୋଲିବା ସମୟରେ ବସୁଧା ଯୋଜନାରେ ଜନସାଧାରଣ ଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ବିଛା ଯାଇଥିବା ପାଇପ କୁ ଖୋଳି ତାଡି ବିଛିନ୍ନ କରି ଦେଇଥିବାରୁ ସପ୍ତାହେ ରୁ ଉର୍ଦ୍ଧ ହେବ ଜନ ସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି l
ଖବର ରୁ ପ୍ରକାଶ ଯେ ପୋଲ ନିର୍ମାଣ କଣ୍ଟାକ୍ଟର କାହାକୁ କିଛି ନ ଜଣାଇ ମନମୁଖୀ ଭାବେ ପାନୀୟ ଜଳ ପ୍ରକଳ୍ପ ର ପାଇପ କୁ ତାଡି ଦେଇଥିବାରୁ ରଙ୍ଗାମାଟିଆ, ବାଙ୍କିଆ, ହୃଦୁରାମପୁର, ଟିଆଁସିପଶି, ବନିକା, ଆଖଳାପଦା ଓ ମ୍ୟାକମିଲାନପୁର ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି l କଣ୍ଟାକ୍ଟର ଯତ୍ନ ର ସହିତ ରାସ୍ତା ଖୋଲିଥିଲେ ଏ ଦୁର୍ଦଶା ଦେଖିବାକୁ ପଡି ନ ଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତୁରନ୍ତ ପାନୀୟ ଜଳ ଯୋଗାଣ ପାଇପ କୁ ସଂଯୋଗ କରି ପାନୀୟ ଜଳ ଯୋଗାଣ କୁ ସ୍ଵlଭାବିକ କରିବାକୁ ଅଞ୍ଚଳବାସୀ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିକଟରେ ଦାବୀ କରିଛନ୍ତି । (ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ)l