ଓଡ଼ିଆ ଭାଷାର ବିକାଶ ହେଉଛି "ମୁଁ ଓଡ଼ିଆ ପ୍ରତିଷ୍ଠାନ"ର ଆଭିମୁଖ୍ୟ।
ଓଡ଼ିଆ ଭାଷାର ବିକାଶ ହେଉଛି "ମୁଁ ଓଡ଼ିଆ ପ୍ରତିଷ୍ଠାନ"ର ଆଭିମୁଖ୍ୟ।
ଭଦ୍ରକ, ୧୫/୦୫ (ଖଣ୍ଡାଧାର ନିଉଜ) ଭାଷା ବଞ୍ଚିଲେ ଜାତି ବଞ୍ଚିବ। ଜାତିର ଉନ୍ନତି ହେଲେ ବ୍ୟକ୍ତିର ପ୍ରଗତି ହେବ। ବ୍ୟକ୍ତିର ପ୍ରଗତି ହେଲେ ପ୍ରଦେଶ ହସିଉଠିବ। ସମାଜରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ସନ୍ତାନ ତାର ମାତୃଭାଷାକୁ ସମ୍ମାନ କରିବା ସହିତ ପିତା ମାତାଙ୍କୁ ପ୍ରତ୍ୟକ୍ଷ ଦେବତା ଭାବେ ପୂଜା କରିବା ଉଚିତ୍ ବୋଲି ମୁଁ ଓଡ଼ିଆ ପ୍ରତିଷ୍ଠାନର ପ୍ରତିଷ୍ଠାତା ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବକ୍ତାମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଜିଲ୍ଲା ସଭାପତି ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କବି ବିପ୍ଳବ ହୋତା ମୁଖ୍ୟବକ୍ତା ଏବଂ ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶ, ସାବିତ୍ରୀ ସେଠୀ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଦିଗରେ ଆମର କର୍ତ୍ତବ୍ୟ କଣ ହେବା ଉଚିତ୍ ବୋଲି କହିଥିଲେ। ଅଧ୍ୟାପକ ତଥା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ବାରିକ ମଞ୍ଚକୁ ଅତିଥି ଆମନ୍ତ୍ରଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରତିଷ୍ଠାନର ଜିଲ୍ଲା ସମ୍ପାଦକ ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ଶିକ୍ଷାବିତ୍ ସୁଶାନ୍ତ କୁମାର ଜେନା, ଡାକ୍ତର ଅନୀଲ ଦାସ, ଆଦର୍ଶ ଶିକ୍ଷୟିତ୍ରୀ ପଦ୍ମାବତୀ ସୁକାନ୍ତି ମାଝୀ ଓଡ଼ିଆ ଭାଷା ସାହିତ୍ୟ ଦିଗରେ ଗବେଷଣାଧର୍ମୀ ବକ୍ତବ୍ୟ ରଖିଥିଲେ। ଖୁବ୍ ଶୀଘ୍ର ଓଡ଼ିଶାର ପ୍ରତି ଜିଲ୍ଲାରେ ଜିଲ୍ଲା କମିଟି ଗଠନ ହେବା ସହିତ ଭଦ୍ରକ ଜିଲ୍ଲାର ପ୍ରତି ବ୍ଲକରେ ବ୍ଲକ୍ କମିଟି ଗଠନ କରାଯିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ନିଆଯାଇଛି।ସର୍ବଶେଷରେ ଶିକ୍ଷାବିତ୍ ସୁଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। (ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ)।